କେନ୍ଦୁଝର, 30 ଜୁନ୍ (ହି.ସ.)
ପୂର୍ବତନ କେନ୍ଦୁଝର ସଦର ବିଧାୟକ ଅଭିରାମ ନାଏକ ଅସୁସ୍ଥ ହୋଇ ଜିଲ୍ଲା ମୂଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କୌଣସି କାରଣରୁ ତାଙ୍କ ରକ୍ତଚାପ କମ ହୋଇଯିବାରୁ ତାଙ୍କୁ ଘର ଲୋକେ ଗତକାଲି ବିଳମ୍ବିତଲ୍ଲ ରାତିରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ଚିକିତ୍ସାଳୟରେ ଡାକ୍ତର ପରୀକ୍ଷା କରିବା ପରେ ବର୍ତ୍ତମାନ ସୁସ୍ଥ ଥିବା ପ୍ରକାଶ କରିଥିବା ବେଳେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ପଠାଯାଇଛି।
ପ୍ରକାଶ ଯେ ଅଭିରାମ ନାଏକ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଟିକେଟରେ ଲଢି ସଦର ବିଧାୟକ ଭାବେ ଜିତିଥିଲେ। କିନ୍ତୁ ୨୦୧୯ରେ ଆଉ ଥରେ ଟିକେଟ ନପାଇ ଦଳରେ ଏକ ପ୍ରକାର କୋଣ ଠେଶା ହୋଇରହିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA