କେନ୍ଦୁଝର, 30 ଜୁନ୍ (ହି.ସ.)
କେନ୍ଦୁଝର ଜିଲ୍ଲାର ଲାଇଫ ଲାଇନ ୨୦ ନମ୍ବର ଜାତୀୟ ରାଜପଥ ରେ ପ୍ରତିଦିନ ହଜାର ହଜାର ଟ୍ରକ୍ ପରିବହନ ପାଇଁ ଚଳାଚଳ କରୁଛି। ଏହା ଫଳରେ ପ୍ରତିଦିନ ଦୁର୍ଘଟଣା ମଧ୍ୟ ହେଉଛି। ଏହି ଟ୍ରକ ମାନଙ୍କ ବେପରୁଆ ଗାଡ଼ି ଚାଳନା ପାଇଁ ବହୁ ନିରୀହ ଲୋକଙ୍କ ଜୀବନ ହାନି ହେଉଥିବା ବେଳେ ବହୁ ସରକାରି ସମ୍ପତି ନଷ୍ଟ ହେଉଛି। ଏଭଳି ଆଉ ଏକ ଘଟଣା ଗତକାଲି ବିଳମ୍ବିତ ରାତ୍ରରେ ଝୁମ୍ପୁରା ଠାରେ ଦେଖିବାକୁ ମିଳିଛି। ଝୁମ୍ପୂରା ବାଇପାସ ରେ ଲାଗିଥିବା ଏନଏଚଆଇ ହୋଡିଂ କୁ ଏକ ଟ୍ରଲର ଧକ୍କା ଦେବା ଫଳରେ ଏହା ଭାଙ୍ଗି ଗାଡ଼ି ସହ ରାସ୍ତା ଅବରୋଧ କରିଛି। ଏହା ଫଳରେ ଉକ୍ତ ରାସ୍ତା ଦେଇ ଯାଉଥିବା ସହ ସହ ଟ୍ରକ ଛିଡା ହୋଇ ରାସ୍ତା ଜାମ କରିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA