ବିଏମସି ଅତିରିକ୍ତ କମିଶନରଙ୍କୁ ମରଣାନ୍ତକ ଆକ୍ରମଣ , ୩ ଗିରଫ
- ପ୍ରତିବାଦରେ ଜନପଥରେ ବିଜେଡିର ରାସ୍ତାରୋକ ଭୁବନେଶ୍ୱର, ୩୦ ଜୁନ୍ (ହି.ସ.)- ବିଏମସିର ଅତିରିକ୍ତ କମିଶନର ତଥା ଓଏଏସ୍ ଅଧିକାରୀ ରତ୍ନାକର ସାହୁଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି। ବିଏମସି କାର୍ଯ୍ୟାଳୟରେ କିଛି ଦୁବୃର୍ତ ମାଡ ମାରିଥିବା ଭିଡିଓ ଭାଇରାଲ ହୋଇଛି ଏହି ଘଟଣାରେ ଜଣେ କର୍ପୋରେଟରଙ୍କ ସମ
ବିଏମସି ଅତିରିକ୍ତ କମିଶନରଙ୍କୁ ମରଣାନ୍ତକ ଆକ୍ରମଣ , ୩ ଗିରଫ


- ପ୍ରତିବାଦରେ ଜନପଥରେ ବିଜେଡିର ରାସ୍ତାରୋକ

ଭୁବନେଶ୍ୱର, ୩୦ ଜୁନ୍ (ହି.ସ.)- ବିଏମସିର ଅତିରିକ୍ତ କମିଶନର ତଥା ଓଏଏସ୍ ଅଧିକାରୀ ରତ୍ନାକର ସାହୁଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି। ବିଏମସି କାର୍ଯ୍ୟାଳୟରେ କିଛି ଦୁବୃର୍ତ ମାଡ ମାରିଥିବା ଭିଡିଓ ଭାଇରାଲ ହୋଇଛି ଏହି ଘଟଣାରେ ଜଣେ କର୍ପୋରେଟରଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷରେ ଘଟଣାକୁ ବିରୋଧ କରି ବିଜେଡି ପକ୍ଷରୁ ରାସ୍ତାରୋକ କରାଯାଇଥିବା ବେଳେ ବିଏମସି କର୍ମଚାରୀ ମଧ୍ୟ ବିରୋଧ ପ୍ରଦର୍ଶନ କରିଛନ୍ତି।

ସୂଚନା ଅନୁଯାୟୀ ସୋମବାର କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ସମୟରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ କିଛି ଅଜ୍ଞାତ ବ୍ୟକ୍ତି ଆକ୍ରମଣ କରିଥିଲେ। ଏନେଇ ସମ୍ପୃକ୍ତ ଅଧିକାରୀ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ । ରୁଜୁ ହୋଇଥିବା ଏଫଆଇଆର ଅନୁଯାୟୀ, ଘଟଣାଟି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ସମୟରେ ବିଏମସି ମୁଖ୍ୟାଳୟ ଭିତରେ ଘଟିଥିଲା। ଯେତେବେଳେ ଅତିରିକ୍ତ କମିସନର ନିୟମିତ ଜନ ଅଭିଯୋଗ ଶୁଣାଣି ବୈଠକର ଅଧ୍ୟକ୍ଷତା କରୁଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ୬ ରୁ ସାତ ଜଣ ଅଜଣା ବ୍ୟକ୍ତି ବିନା ଅନୁମତିରେ ସଭା ହଲରେ ପ୍ରବେଶ କରିଥିଲେ ଏବଂ ଅନ୍ୟ ଅଧିକାରୀ, କର୍ମଚାରୀ ଏବଂ ଜନସାଧାରଣଙ୍କ ଉପସ୍ଥିତିରେ ତାଙ୍କୁ ମାଡ଼ ମାରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ୨୯ ନମ୍ବର ୱାର୍ଡ କର୍ପୋରେଟର ଜୀବନ ରାଉତ, ରଶ୍ମୀ ମହାପାତ୍ର ଏବଂ ଦେବାଶିଷ ପ୍ରଧାନଙ୍କୁ ଗିରଫ କରିଛି।

ଏହି ଘଟଣାକୁ ନେଇ ବିରୋଧୀ ଦଳ ବିଜେଡି ପକ୍ଷରୁ ଜନପଥରେ ପ୍ରଦର୍ଶନ କରାଯାଇଛି। ଫଳରେ ଟ୍ରାଫିକ୍ ଜାମ୍ ଯୋଗୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତାରେ ଲୋକେ ଅଟକି ରହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande