ଖଣ୍ଟଘର ପଞ୍ଚାୟତ ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଲଟିଛି ମଦୁଆ ଙ୍କ ପେଣ୍ଠସ୍ଥଳୀ।
ଘଟଗାଁ, 04/ଜୁନ(ହି. ସ )ଆବାସ ଗୃହ ଖଣ୍ଡେ ପାଇଁ ଯୋଗ୍ୟ ହିତାଧିକାରୀ ଅନାଇ ଅନାଇ ଆଖିର ପାଣି ଆଖିରେ ମାରୁଛି, ଅନ୍ୟପକ୍ଷରେ ଆବାସ ଗୃହ ପାଇଥିବା ହିତାଧିକାରୀ ଙ୍କ ଖାମଖିଆଲି ମନୋଭାବ ଲାଗି ଜରାଜୀର୍ଣ୍ଣ ଅବସ୍ଥାରେ ପ୍ରଧାନମନ୍ତ୍ରୀ ଆବାସ ଗୃହ।ଖବର ନେବାରୁ ଜଣାପଡ଼ିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଖଣ୍
ଖଣ୍ଟଘର ପଞ୍ଚାୟତ ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଲଟିଛି ମଦୁଆ ଙ୍କ ପେଣ୍ଠସ୍ଥଳୀ।


ଘଟଗାଁ, 04/ଜୁନ(ହି. ସ )ଆବାସ ଗୃହ ଖଣ୍ଡେ ପାଇଁ ଯୋଗ୍ୟ ହିତାଧିକାରୀ ଅନାଇ ଅନାଇ ଆଖିର ପାଣି ଆଖିରେ ମାରୁଛି, ଅନ୍ୟପକ୍ଷରେ ଆବାସ ଗୃହ ପାଇଥିବା ହିତାଧିକାରୀ ଙ୍କ ଖାମଖିଆଲି ମନୋଭାବ ଲାଗି ଜରାଜୀର୍ଣ୍ଣ ଅବସ୍ଥାରେ ପ୍ରଧାନମନ୍ତ୍ରୀ ଆବାସ ଗୃହ।ଖବର ନେବାରୁ ଜଣାପଡ଼ିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଖଣ୍ଟଘର ପଞ୍ଚାୟତ ଅଧୀନ ମହୁଲ ଗାଡିଆ ଗ୍ରାମର ଶୁକଦେବ ମିସ୍ତ୍ରୀ, ସାବିତ୍ରୀ ମିସ୍ତ୍ରୀ ଓ ଅନ୍ୟ ଦୁଇ ହିତାଧିକାରୀଙ୍କୁ 2019 - 20 ଆର୍ଥିକ ବର୍ଷରେ ଦିଆ ଯାଇଥିଲା ପ୍ରଧାନମନ୍ତ୍ରୀ ଆବାସ ଗୃହ। ଉକ୍ତ ହିତାଧିକାରୀ ମାନେ ଭୂମିହୀନ ହୋଇଥିବାରୁ ତାଙ୍କ ମାନଙ୍କୁ ଯୋଗାଇ ଦିଆ ଯାଇଥିଲ 4ଡିସମିଲ ଘର ବାଡ଼ି ପଟା। ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ହୋଇଥିଲେ ସୁଧା ବସବାସା କରୁନାହାନ୍ତି ହିତାଧିକାରୀ ଙ୍କ ପରିବାର। ଯାହା ଫଳରେ ଗୃହ ଗୁଡିକ ମଦୁଆ ମାନଙ୍କ ପେଣ୍ଠସ୍ଥଳୀ ପାଲଟି ଯାଇଛି। ସେଥି ମଧ୍ୟରୁ ଗୋଟାଏ ଗୃହ ଉଇହୁଙ୍କାରେ ପରିଣତ ହେବାକୁ ବସିଲାଣି। ଅନ୍ୟପକ୍ଷରେ ଦେଖିବାକୁ ଗଲେ ଅନେକ ଯୋଗ୍ୟ ହିତାଧିକାରୀ ଆବାସ ଗୃହ ଖଣ୍ଡେ ପାଇବା ଆଶାରେ ଅନେକ ବାର ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟ ଦୌଡ଼ି ଦୌଡ ନିରାଶ ହୋଇଥିଲେ ସୁଧା ଗୃହ ଖଣ୍ଡେ ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। କିନ୍ତୁ ଉପର ଲିଖିତ ନାମ ହିତାଧିକାରୀ ମାନେ ବହୁ ଚଞ୍ଚକତାର ସହିତ ଅନାବଶ୍ୟକ ସତ୍ତେ ସରକାରୀ ଜାଗା ଓ ଅର୍ଥ ହାତେଇ ଫାଇଦା ଉଠାଇ ଥିବା ଜଣା ପଡିଛି।ବିଶେଷ ଖବରରୁ ଜଣାପଡ଼ିଛି ଏଠାରେ ପାଇଥିବା ଆବାସ ଗୃହରେ ବସ ବାସ ନକରି ଏକ ପାହାଡ ତଳେ ସରକାରୀ ଜାଗାରେ ଗୃହ ନିର୍ମାଣ କରି ଉକ୍ତ ହିତାଧିକାରୀ ମାନେ ଜୀବନ ଯାପନ କରୁଛନ୍ତି। ଏଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି।ହିନ୍ଦୁସ୍ଥାନ ସମାଚାର/ ଘନଶ୍ୟାମ ଜେନା।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande