ଜୟପୁର, ୪ ଜୁନ୍ (ହି.ସ.) - ବିକ୍ରମଦେବ(ସ୍ୱୟଂଶାସିତ) ମହାବିଦ୍ୟାଳୟରେ ଶେଷ ବ୍ୟାଚ୍ର ସ୍ନାତକ ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଛି। ଏଥିରେ ବିଜ୍ଞାନରେ ୭୮ପ୍ରତିଶତ, କଳାରେ ୮୨ପ୍ରତିଶତ ଓ ବାଣିଜ୍ୟରେ ୭୫ପ୍ରତିଶତ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି। ସେହିପରି ବିବିଏର ୬୨ପ୍ରତିଶତ, ବିସିଏର ୮୨ପ୍ରତିଶତ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି।
ସୂଚନା ଯୋଗ୍ୟ ଯେ, ଦୁଇ ବର୍ଷ ପୂର୍ବେ ବିକ୍ରମଦେବ(ସ୍ୱୟଂଶାସିତ) ମହାବିଦ୍ୟାଳୟର ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ରୂପାନ୍ତର ହୋଇଥିଲା। ତେବେ ଚଳିତ ବର୍ଷ ପୁରୁଣା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଶେଷ ବ୍ୟାଚ୍ର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଛି। ବିଜ୍ଞାନ ବିଭାଗରେ ୨୦୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୧୩୩ପ୍ରଥମ, ୨୫ଦ୍ୱିତୀୟ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି। ସେହିପରି କଳାରେ ପରୀକ୍ଷା ଦେଇଥିବା ୨୬୦ପରୀକ୍ଷାର୍ଥୀ ମଧ୍ୟରୁ ୧୪୭ପ୍ରଥମ, ୬୬ଦ୍ୱିତୀୟ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି। ବାଣିଜ୍ୟରେ ପରୀକ୍ଷା ଦେଇଥିବା ୨୧୮ଜଣ ମଧ୍ୟରୁ ୫୬ପ୍ରଥମ, ୮୧ଦ୍ୱିତୀୟ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି। ଏଥିସହ ସେଲ୍ଫ୍-ଫାଇନାସ ପାଠ୍ୟକ୍ରମର ବିବିଏରେ ୫୨ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୩ପ୍ରଥମ, ୯ଦ୍ୱିତୀୟ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିବା ବେଳେ ବିସିଏରେ ୫୬ଛାତ୍ରଛାତ୍ରୀ ମଧ୍ୟରୁ ୪୩ପ୍ରଥମ, ୩ଦ୍ୱିତୀୟ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିଲେ। ବୁଧବାର ଦିନ ସ୍ନାତକର ଟପରଙ୍କ ତାଲିକା ପ୍ରକାଶିତ ହେବ ବୋଲି ସୂଚନା ମିଳିଛି।
ହିନ୍ଦୁସ୍ଥାନ ସମାଚାର / ପିକେପି