ମଧ୍ୟପ୍ରଦେଶର ଝାବୁଆରେ ଭ୍ୟାନ ଉପରେ ଓଲଟିଲା ସିମେଂଟ ବୋଝେଇ ଟ୍ରଲା, 9 ମୃତ
ଝାବୁଆ, 4 ଜୁନ୍ (ହି.ସ.)- ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲାରେ ଥାନ୍ଦଲା-ମେଘନଗର ମଧ୍ୟରେ ସଂଜେଲି ରେଲୱେ ଫାଟକ୍ ନିକଟରେ ଏକ ଭୟାନକ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ସିମେଣ୍ଟ ବୋଝେଇ ଏକ ଟ୍ରଲା ଭାରସାମ୍ୟ ହରାଇ ଏକ ଓମନି ଭ୍ୟାନ୍ ଉପରକୁ ଓଲଟିପଡ଼ିଛି। ଏହି ଦୁର୍ଘଟଣାରେ ଭ୍ୟାନ୍‌ରେ ବସ
ମଧ୍ୟପ୍ରଦେଶର ଝାବୁଆରେ ଭ୍ୟାନ ଉପରେ ଓଲଟିଲା ସିମେଂଟ ବୋଝେଇ ଟ୍ରଲା, 9 ମୃତ


ଝାବୁଆ, 4 ଜୁନ୍ (ହି.ସ.)- ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲାରେ ଥାନ୍ଦଲା-ମେଘନଗର ମଧ୍ୟରେ ସଂଜେଲି ରେଲୱେ ଫାଟକ୍

ନିକଟରେ ଏକ ଭୟାନକ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ସିମେଣ୍ଟ ବୋଝେଇ ଏକ ଟ୍ରଲା ଭାରସାମ୍ୟ ହରାଇ

ଏକ ଓମନି ଭ୍ୟାନ୍ ଉପରକୁ ଓଲଟିପଡ଼ିଛି। ଏହି ଦୁର୍ଘଟଣାରେ ଭ୍ୟାନ୍‌ରେ ବସିଥିବା ନଅଜଣଙ୍କ

ମୃତ୍ୟୁ ହୋଇଛି, ଯେଉଁଥିରେ ଗୋଟିଏ ପାଞ୍ଚ ବର୍ଷୀୟ ଶିଶୁ ସହିତ ଦୁଇଜଣ ଗୁରୁତର ଆହତ

ହୋଇଛନ୍ତି, ସେମାନଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ମୃତକଙ୍କ

ମଧ୍ୟରେ ଚାରିଜଣ ଶିଶୁ, ତିନିଜଣ ମହିଳା ଓ ଦୁଇଜଣ ପୁରୁଷ ଅଛନ୍ତି।

ସୂଚନା ମିଳିବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଇ

ଘଟଣାର ତଦନ୍ତ ଆରମ୍ଭ କରିଛି।

ପୁଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମେଘନଗର ତହସିଲର ଶିବଗଢ଼

ମହୁଡ଼ା ଅଞ୍ଚଳର ଦୁଇଟି ପରିବାରର ଲୋକେ ଗୋଟିଏ ଭ୍ୟାନ୍‌ରେ ବସି ମଙ୍ଗଳବାର ରାତିରେ ଝାବୁଆରେ ଏକ

ବିବାହ ଅନୁଷ୍ଠାନରେ ଯୋଗ ଦେଇ ସେଠାରୁ ତାଙ୍କର ଗାଁକୁ ଫେରୁଥିଲେ। ପ୍ରାୟ ତିନିଟା ସମୟରେ ଭାଉପୁରା

ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଏଠାରେ ରାଜସ୍ଥାନରୁ ସିମେଣ୍ଟ ନେଇ ଆସୁଥିବା ଏକ ଟ୍ରଲା

ଅନିୟନ୍ତ୍ରିତ ହୋଇ ଭ୍ୟାନ୍‌ ଉପରେ ଓଲଟିପଡ଼ିଥିଲା। ସୂଚନା ମିଳିବା ସହିତ ଥାନ୍ଦଲା ଓ ମେଘନଗର

ପୁଲିସ୍ ଟିମ୍ ଆମ୍ବୁଲାନ୍ସ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲା। ସମସ୍ତଙ୍କୁ ଥାନ୍ଦଲା ସିଭିଲ୍

ହସ୍ପିଟାଲ୍ ଓ ମେଘନଗର ହସ୍ପିଟାଲ୍‌କୁ ନିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande