ଆଜି ଚୁକ୍ତି କଲେ୧୨ଜଣ ମିଲର୍ସ ରବିଧାନ କଷ୍ଟମ ମିଲି˚ ପାଇଁ ସମୁଦାୟ ୨୭ ମିଲର୍ସ ପ୍ରସ୍ତୁତ
Bhubaneswar, 5 ଜୁନ୍ (ହି.ସ.) ଜୟପୁର, କୋରାପୁଟ୍‌ ଜିଲ୍ଲାରେ ଚଳିତ ବର୍ଷ ଚାଷୀଙ୍କ ଅମଳ ରବିଧାନ କ୍ରୟ ହେବା ପରେ ଏହାକୁ କଳାହାଣ୍ତି ଜିଲ୍ଲାର ୨୭ଜଣ ମିଲର୍ସ କଷ୍ଟମ ମିଲି˚ ପାଇଁ ଚୁକ୍ତିନାମା କରିଥିବା ଜଣାପଡିଛି। ଗତକାଲି ସୁଦ୍ଧା ୧୫ ଜଣ ମିଲର୍ସ ଚୁକ୍ତିନାମା କରିଥିବା ବେଳେ ଆଜି ପୁଣି ୧୨ଜଣ ମି
ଆଜି ଚୁକ୍ତି କଲେ୧୨ଜଣ ମିଲର୍ସ ରବିଧାନ କଷ୍ଟମ ମିଲି˚ ପାଇଁ ସମୁଦାୟ ୨୭ ମିଲର୍ସ ପ୍ରସ୍ତୁତ


Bhubaneswar, 5 ଜୁନ୍ (ହି.ସ.)

ଜୟପୁର,

କୋରାପୁଟ୍‌ ଜିଲ୍ଲାରେ ଚଳିତ ବର୍ଷ ଚାଷୀଙ୍କ ଅମଳ ରବିଧାନ କ୍ରୟ ହେବା ପରେ ଏହାକୁ କଳାହାଣ୍ତି ଜିଲ୍ଲାର ୨୭ଜଣ ମିଲର୍ସ କଷ୍ଟମ ମିଲି˚ ପାଇଁ ଚୁକ୍ତିନାମା କରିଥିବା ଜଣାପଡିଛି। ଗତକାଲି ସୁଦ୍ଧା ୧୫ ଜଣ ମିଲର୍ସ ଚୁକ୍ତିନାମା କରିଥିବା ବେଳେ ଆଜି ପୁଣି ୧୨ଜଣ ମିଲର୍ସ ଚୁକ୍ତିନାମା କରିଛନ୍ତି। ଏହିପରି ସମୁଦାୟ ୨୭ଜଣ ମିଲର୍ସ ବ୍ୟାଙ୍କ ଗ୍ୟାରେଣ୍ଟି ପ୍ରଦାନ କରିଥିବା ବେଳେ ଧାନ କ୍ରୟ ନେଇ ପ୍ରସ୍ତୁତ ହୋଇଛନ୍ତି।

କୋରାପୁଟ ଜିଲ୍ଲାରେ ଆଜି ବିଭିନ୍ନ ମଣ୍ତିକୁ କାର୍ଯ୍ୟକ୍ଷମ କରାଯାଇ ଚାଷୀଙ୍କ ଅମଳ ରବିଧାନ ଫସଲ କ୍ରୟ ସହ କଷ୍ଟମ ମିଲି˚ ବାବଦକୁ ପ୍ରଦାନ କରାଯିବା ନେଇ ପ୍ରଶାସନ ପ୍ରଚାର ପ୍ରସାର କରିଥିଲେ ସୁଦ୍ଧା ଏହା କାର୍ଯ୍ୟକାରୀ ହୋଇପାରିନାହିଁ। ଗତକାଲି କୁନ୍ଦୁରା ବ୍ଲକର ଫୁଫୁଗାଁ ମଣ୍ତିରେ ଟୋକେନ ପ୍ରଦାନ କରାଯାଇଥିଲା। ଆଜି ଦିଗାପୁର ଠାରେ ମଣ୍ତି ଖୋଲିବାର ବ୍ୟବସ୍ଥା ଥିବା ବେଳେ ୧୪୨ ଜଣ ଚାଷୀଙ୍କ ଠାରୁ ୯୩୯୪ କିଲୋଗ୍ରାମ ଧାନ ଉଠିବା ନେଇ ତାଲିକା ପ୍ରସ୍ତୁତ କରାଯାଇଥିଲା କିନ୍ତୁ କଟନୀ ଛଟନୀ ବିବାଦ ନ ଛିଣ୍ତିବାରୁ ଧାନ ଉଠିନଥିଲା। ସନ୍ଧ୍ୟାରେ ଚାଷୀଙ୍କ ଧାନ କ୍ରୟ ହୋଇଥିବା ନେଇ ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଥିଲେ ସୁଦ୍ଧା ସେଠିକାର ଚାଷୀ ମାନେ ଏହାକୁ ଅସ୍ବିକାର କରୁଛନ୍ତି। ଏପରିକି କଳାହାଣ୍ତି ଜିଲ୍ଲାର ମିଲର୍ସ ମାନେ ଧାନର ମାନ ଦେଖିବା ସହ ଚାଷୀଙ୍କ ଧାନରୁ କୁଇଣ୍ଟାଲ ପିଛା ୫ କିଲୋଗ୍ରାମ କଟନୀ ଛଟନୀ କରିବାକୁ ଜିଦ କରୁଛନ୍ତି। କଳାହାଣ୍ତି ମିଲରେ ଉଷୁନା ଚାଉଳ ପ୍ରସ୍ତୁତ ହେଉଥିବା ବେଳ କୁଇଣ୍ଟାଲ ପିଛା ୫ କିଲୋଗ୍ରାମ କଟନୀଛଟନୀ କରିବା ଜିଦକୁ ନେଇ ଚାଷୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିନେଇ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ପଣ୍ତାଙ୍କୁ ଜିଲ୍ଲାରେ କେତେ ପରିମାଣର ଧାନ କ୍ରୟ ହୋଇଛି ବୋଲି ପଚାରିବାରୁ ଧାନ କ୍ରୟ ହୋଇଛି ଏବ˚ ମଣ୍ତିରୁ ଲୋଡି˚ ହେଉଥିବା ନେଇ କହିଥିଲେ ସୁଦ୍ଧା ପରିମାଣର ସ˚ଖ୍ୟା କହିନଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande