ଭୁବନେଶ୍ୱର, 5 ଜୁନ (ହି.ସ.) ବିଶିଷ୍ଟ ସାମାଜିକ କାର୍ଯ୍ୟକର୍ତା ମେଧା
ପାଟକରଙ୍କୁ ବୁଧବାର ଓଡିଶାର ରାୟଗଡା ଜିଲ୍ଲା ର କାଶୀପୁର ବ୍ଲକରେ ହେବାକୁ ଥିବା ଜନସଭାରେ ଯୋଗ
ଦେବା ପୂର୍ବରୁ ପୁଲିସ ଦ୍ୱାରା ଅଟକ କରାଯିବା ଖବର ମିଳିଛି। ଏହି କାର୍ଯ୍ୟକ୍ରମ ବିଶ୍ୱ ପରିବେଶ
ଦିବସ ଅବସରରେ ଆୟୋଜିତ ହେଉଥିଲା ।
ମେଧା ପାଟକରଙ୍କୁ ରାୟଗଡା ରେଳ ଷ୍ଟେସନରେ ପହଞ୍ଚିବା ସମୟରେ ପୁଲିସ ତାଙ୍କୁ ଅଟକ କରିଥିଲା ଏବଂ
ସେଠାରୁ କାର୍ଯ୍ୟକ୍ରମ ସ୍ଥଳକୁ ଯିବାକୁ ଅନୁମତି ଦିଆଯାଇନଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ