ନାଟ୍ୟ କର୍ମଶାଳା (ଆମେ ବି ଶିଖିବୁ) ନିମନ୍ତେ ପ୍ରସ୍ତୁତି ବୈଠକ
5 ଜୁନ୍ (ହି.ସ.) ଜୟପୁର, କୋରାପୁଟ ଜିଲ୍ଲାର ଜୟପୁର ଠାରେ ପ୍ରଥମ ଥର ପାଇଁ ପ୍ରିୟା ଥିଏଟର ଗୃପ ପକ୍ଷରୁ ନାଟ୍ୟ କର୍ମଶାଳା ( ଆମେ ବି ଶିଖିବୁ) କରିବା ନିମନ୍ତେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳା ଆସନ୍ତା ୭ ତାରିଖ ଠାରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଛଅ ଦିନିଆ
ନାଟ୍ୟ କର୍ମଶାଳା (ଆମେ ବି ଶିଖିବୁ) ନିମନ୍ତେ ପ୍ରସ୍ତୁତି ବୈଠକ


5 ଜୁନ୍ (ହି.ସ.)

ଜୟପୁର,

କୋରାପୁଟ ଜିଲ୍ଲାର ଜୟପୁର ଠାରେ ପ୍ରଥମ ଥର ପାଇଁ ପ୍ରିୟା ଥିଏଟର ଗୃପ ପକ୍ଷରୁ ନାଟ୍ୟ କର୍ମଶାଳା ( ଆମେ ବି ଶିଖିବୁ) କରିବା ନିମନ୍ତେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳା ଆସନ୍ତା ୭ ତାରିଖ ଠାରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଛଅ ଦିନିଆ କର୍ମଶାଳାର ଉଦ୍ଧେଶ୍ୟ ହେଲା ନୂତନ କଳାକାରର ସନ୍ଧାନ ତଥା ନୂତନ ପ୍ରତିଭା ମାନଙ୍କୁ ପରିଚିତ କରାଇବା। ପ୍ରତିଦିନ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦିଆଯିବ। ଏଥିରେ କୋରାପୁଟ ଜିଲ୍ଲାର ବରିଷ୍ଠ କଳାକାର, ତଥା ଅଭିଗ୍ୟ କଳାକାର ମାନେ ପ୍ରଶିକ୍ଷଣ ଦେବେ। ଏଥିରେ ନାଟକ, ଅଭିନୟ ଓ ଜଣେ କଳାକାର ହେବାକୁ କଣ କଣ ସବୁ ପ୍ରସ୍ତୁତ କରିବାକୁ ପଡିବ ସେ ବିଷୟରେ ଆଲୋଚନା ତଥା ଅଭିନୟ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯିବ। ଭାରତ ଗ୍ୟାନ ନିକଟରେ ଥିବା ଗୀତାଞ୍ଜଳୀ ମଣ୍ତପ ରେ ପ୍ରଶିକ୍ଷଣ ଦିଆଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande