ଭୁବନେଶ୍ୱର,
ଜୁନ ୦୫ (ହି.ସ.)
ସରଳ,
ମିଷ୍ଟଭାଷୀ ଓ ଧର୍ମପରାୟଣା ମହିଳା ଥିଲେ -
ଧର୍ମେନ୍ଦ୍ର ପ୍ରଧାନ
- ଓଡ଼ିଶାର ପୂର୍ବତନ ମନ୍ତ୍ରୀ,
ସାଂସଦ ତଥା ରେଢ଼ାଖୋଲ ବିଧାୟକ ଶ୍ରୀ ପ୍ରସନ୍ନ
ଆଚାର୍ଯ୍ୟଙ୍କ ଧର୍ମପତ୍ନୀ ଶ୍ରୀମତୀ ଚାରୁଶୀଳା ଆଚାର୍ଯ୍ୟଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ
କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ
ଶୋକବାର୍ତ୍ତାରେ କହିଛନ୍ତି ଯେ ଶ୍ରୀମତୀ ଚାରୁଶୀଳା ଆଚାର୍ଯ୍ୟଙ୍କ ବିୟୋଗ ଖବର ଶୁଣି ମୁଁ
ଦୁଃଖିତ ଓ ମର୍ମାହତ । ପ୍ରସନ୍ନ ଭାଇଙ୍କ ସହ ଦୀର୍ଘ ସମୟ ଧରି ମୋର ପାରିବାରିକ ସମ୍ପର୍କ ରହିଛି
। ସେ ଜଣେ ସରଳ, ମିଷ୍ଟଭାଷୀ ଓ
ଧର୍ମପରାୟଣା ମହିଳା ଥିଲେ । ଶ୍ରୀ ପ୍ରଧାନ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ
ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା