ଜାମ୍ମୁ 5 ଜୁନ
(ହି.ସ)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁକ୍ରବାର ଦିନ ଜାମ୍ମୁକାଶ୍ମୀର ପାଇଁ ବହୁସ୍ତରୀୟ
ସୁରକ୍ଷା ବ୍ୟବସ୍ଥା କରାଯାଇଛି।ଏହି ଗ୍ରସ୍ତରେ ସେ ବହୁପ୍ରତୀକ୍ଷିତ କାଶ୍ମୀର ରେଳ ଲିଙ୍କର
ଉଦଘାଟନ କରିବେ ଏବଂ କଟରାରେ 46000 କୋଟି ଟଙ୍କାରୁ ଅଧିକ ମୁଲ୍ୟର ବିକାଶ ପ୍ରକଳ୍ପକୁ ରାଷ୍ଟ୍ର
ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।
ପହଲଗ୍ରାମ ଆତଙ୍କବାଦୀ ଆକ୍ରମଣ
ପରେ ଭାରତୀୟ ସଶସ୍ତ୍ର ବାହିନୀର ଅପରେସନ ସିନ୍ଦୁର ପରେ ପ୍ରଧାନମନ୍ତ୍ରୀ ମୋଦୀ ଏହା କେନ୍ଦ୍ର
ଶାସିତ ଅଞ୍ଚଳ ଜାମ୍ମୁକାଶ୍ମୀରରେ ପ୍ରଥମ ଗ୍ରସ୍ତ
ହେବ।ପ୍ରଧାନମନ୍ତ୍ରୀଙ୍କ ଗ୍ରସ୍ତକୁ ଦୃଷ୍ଟିରେ ରଖି ଜାମ୍ମୁକାଶ୍ମୀରରେ ହାଇ ସିକ୍ୟୁରିଟି ଆର୍ଲଟ କରାଯାଇଛି।ବରିଷ୍ଠ
ପୋଲିସ,ଅର୍ଦ୍ଧସୈନିକ ବାହିନୀର ଅଧିକାରୀ ,ସେନା ଏବଂ
ଗୁପ୍ତଚର ଅଧିକାରୀ ବ୍ୟକ୍ତିଗତ ଭାବରେ
ପରିସ୍ଥିତି ଉପରେ ନଜର ରଖିଛନ୍ତି।ଅଧିକାରୀମାନେ କହିଛନ୍ତି ଯେ କାର୍ଯ୍ୟକ୍ରମ ସ୍ଥଳଗୁଡିକରେ
ପ୍ରବଳ ସୁରକ୍ଷାବାହିନୀ ମୃତୟନ କରାଯାଇଛି ଏବଂ କଡା ନଜର ରଖିବା ପାଇଁ ଡ୍ରୋନ ସମେତ ଅତ୍ୟାଧୁନିକ
ଉପକରଣ ମୃତୟନ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା