ଆଜି ଶେଷ ହେବ ଶ୍ରୀରାମ ଦରବାର ସହିତ 8 ଦେବାଳୟରେ ଦେବ ବିଗ୍ରହର ପ୍ରାଣ ପ୍ରତିଷ୍ଠା
ଅଯୋଧ୍ୟା, 5 ଜୁନ୍ (ହି.ସ.)- ଅଯୋଧ୍ୟା ପୁଣିଥରେ ଧାର୍ମିକ ଉତ୍ସାହ ଓ ଭକ୍ତିର ରଙ୍ଗରେ ରଙ୍ଗେଇ ହୋଇଛି । ଆଜି ଗଙ୍ଗା ଦଶହରା ପବିତ୍ର ଅବସରରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ରାମ ଦରବାର ସହିତ ଆଠଟି ଦେବାଳୟରେ ଦେବତାଙ୍କର ବିଗ୍ରହ ପାଇଁ ଅଭିଜିତ ମୁହୂର୍ତ୍ତରେ ସକାଳ ୧୧
ଆଜି ଶେଷ ହେବ ଶ୍ରୀରାମ ଦରବାର     ସହିତ 8 ଦେବାଳୟରେ ଦେବ ବିଗ୍ରହର ପ୍ରାଣ ପ୍ରତିଷ୍ଠା


ଅଯୋଧ୍ୟା, 5 ଜୁନ୍ (ହି.ସ.)- ଅଯୋଧ୍ୟା

ପୁଣିଥରେ ଧାର୍ମିକ ଉତ୍ସାହ ଓ ଭକ୍ତିର ରଙ୍ଗରେ ରଙ୍ଗେଇ ହୋଇଛି । ଆଜି ଗଙ୍ଗା ଦଶହରା ପବିତ୍ର

ଅବସରରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ରାମ ଦରବାର ସହିତ ଆଠଟି ଦେବାଳୟରେ ଦେବତାଙ୍କର ବିଗ୍ରହ

ପାଇଁ ଅଭିଜିତ ମୁହୂର୍ତ୍ତରେ ସକାଳ ୧୧:୨୫ରୁ ୧୧:୪୦ ମଧ୍ୟରେ ପ୍ରାଣ ପ୍ରତିଷ୍ଠା ହେବ। ଶ୍ରୀରାମ

ଜନ୍ମଭୂମି ମନ୍ଦିରର ପ୍ରଥମ ତଳରେ ଥିବା ଶ୍ରୀ ରାମ ଦରବାର ସହିତ ଅଷ୍ଟ ଦେବାଳୟରେ ଦେବ

ବିଗ୍ରହମାନଙ୍କର ପ୍ରାଣ ପ୍ରତିଷ୍ଠା ପାଇଁ ଯଜ୍ଞଶାଳା ଓ ମନ୍ଦିର ପରିସରରେ ଉତ୍ସବ ଚାଲିଛି।

ମୁଖ୍ୟ ମନ୍ଦିରର ପ୍ରଥମ ତଳରେ ଅବସ୍ଥିତ ରାମ ଦରବାରର ଗର୍ଭଗୃହରେ ଭଗବାନ ରାମ,

ମାତା ଜାନକୀ, ଲକ୍ଷ୍ମଣ, ଭରତ,

ଶତ୍ରୁଘ୍ନ ଓ ହନୁମାନଙ୍କ ବିଗ୍ରହମାନଙ୍କ ପ୍ରାଣ

ପ୍ରତିଷ୍ଠା କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande