ଗ୍ୟାଙ୍ଗଟକ, 5 ଜୁନ୍ (ହି.ସ.)- ପ୍ରବଳ ବର୍ଷା
କାରଣରୁ ହୋଇଥିବା ଭୂସ୍ଖଳନ ଓ ଯାତାୟାତ ଅବରୋଧ ହେବାପରେ ଉତ୍ତର ସିକ୍କିମରେ ଫସିରହିଥିବା
ପର୍ଯ୍ୟଟକମାନକୁ ଉଦ୍ଧାର କରିବା ପାଇଁ ଅଭିଯାନ ଗୁରୁବାର ସକାଳେ ପୁନର୍ବାର ଆରମ୍ଭ ହୋଇଛି ।
ଭାରତୀୟ ବାୟୁ ସେନାର ହେଲିକପ୍ଟର ମାଧ୍ୟମରେ ୬୩ ଜଣଙ୍କୁ ଦୁଇଟି ଗ୍ରୁପରେ ସୁରକ୍ଷିତ ଭାବେ
ପାକ୍ୟୋଙ୍ଗ ବିମାନବନ୍ଦରକୁ ଆଣାଯାଇଛି।
ଭାରତୀୟ ବାୟୁ ସେନାର
ହେଲିକପ୍ଟର ଆଜି ସକାଳେ ପାକ୍ୟୋଙ୍ଗ ଗ୍ରିନଫିଲ୍ଡ ବିମାନବନ୍ଦରରୁ ଉତ୍ତର ସିକ୍କିମର ଛାତେନ ପାଇଁ
ଉଡାଣ ଭରିଥିଲା, ଯାହାର ଉଦ୍ଦେଶ୍ୟ
ଥିଲା ପ୍ରତିକୂଳ ପାଣିପାଗ ଓ ଚ୍ୟାଲେଞ୍ଜିଂ ଭୂପୃଷ୍ଠ କାରଣରୁ ଉତ୍ତର ସିକ୍କିମର ବିଭିନ୍ନ
ଅଞ୍ଚଳରେ ଅଟକିଥିବା ପର୍ଯ୍ୟଟକମାନଙ୍କୁ ଉଦ୍ଧାର କରିବା। ଦୁଇଟି ଏମ୍ଆଇ-୧୭ ହେଲିକପ୍ଟର ତାଙ୍କର
ପ୍ରଥମ ଉଦ୍ଧାର ଅଭିଯାନ ସଫଳଭାବେ ସମ୍ପନ୍ନ କରି, ମୋଟ ୩୯ ଜଣଙ୍କୁ ଛାତେନରୁ ପାକ୍ୟୋଙ୍ଗ ଗ୍ରିନଫିଲ୍ଡ ବିମାନବନ୍ଦର ପର୍ଯ୍ୟନ୍ତ ପହଞ୍ଚାଇଛନ୍ତି।
ଏକ ଚିତା ହେଲିକପ୍ଟର ୪ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛି। ସେହିପରି ଏକ ଏମ୍ଆଇ-୧୭
ହେଲିକପ୍ଟର ଦୁଇଜଣ ବିଦେଶୀ ନାଗରିକ ସହିତ ୨୦ ଜଣ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ପାକ୍ୟୋଙ୍ଗ
ବିମାନବନ୍ଦରକୁ ଆଣିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା