ଭିଜିଲାନ୍ସ ହାତରେ ଧରାପଡିଲେ ଉପଖଣ୍ଡ ପଶୁ ଚିକିତ୍ସାଧିକାରୀ ମନୋଜ ମହାନ୍ତି
ପୁରୀ, ୫ ଜୁନ (ହି.ସ.)- ସୋମବାର ପୂର୍ବାହ୍ନରେ ଉପଖଣ୍ଡ ପଶୁ ଚିକିତ୍ସାଧିକାରୀ ମନୋଜ ମହାନ୍ତି ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ଵର ଭିଜିଲାନ୍ସ ଅଧିକାରୀମାନେ ରେଡ ହାଣ୍ଡରେ ଧରିଛନ୍ତି । ତାଙ୍କ ଠାରୁ ୬ ହଜାର ଟଙ୍କା ଜବତ କରିଛନ୍ତି । ସେହି କାର୍ଯ୍ଯାଳୟର ଜଣେ କର୍ମଚାରୀଙ୍କ ଇଲେକ୍ଟ୍ରି
ଭିଜିଲାନ୍ସ ହାତରେ ଧରାପଡିଲେ ଉପଖଣ୍ଡ ପଶୁ ଚିକିତ୍ସାଧିକାରୀ ମନୋଜ ମହାନ୍ତି


ପୁରୀ, ୫ ଜୁନ (ହି.ସ.)- ସୋମବାର ପୂର୍ବାହ୍ନରେ ଉପଖଣ୍ଡ ପଶୁ ଚିକିତ୍ସାଧିକାରୀ ମନୋଜ ମହାନ୍ତି ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ଵର ଭିଜିଲାନ୍ସ ଅଧିକାରୀମାନେ ରେଡ ହାଣ୍ଡରେ ଧରିଛନ୍ତି । ତାଙ୍କ ଠାରୁ ୬ ହଜାର ଟଙ୍କା ଜବତ କରିଛନ୍ତି । ସେହି କାର୍ଯ୍ଯାଳୟର ଜଣେ କର୍ମଚାରୀଙ୍କ ଇଲେକ୍ଟ୍ରିକ୍ ଗାଡି ଋଣରେ ନେବା ପାଇଁ ସାଙ୍କ୍ସନ କରାଇଦେବା ପାଇଁ ସେ ଏହି ଲାଞ୍ଚ ନେଉଥିଲେ । ସେ ସମ୍ପକରେ ରେଞ୍ଚ ନିମାପଡାର କର୍ମଚାରୀ ଆଗରୁ ଭୁବନେଶ୍ଵର ଭିଜିଲାନ୍ସ ନିକଟରେ ଜଣାଇଥିଲେ । ତାଙ୍କ ସହ ଅନ୍ଯ ତିନି ଜଣ କର୍ମଚାରୀଙ୍କୁ ମଧ୍ୟ ଲାଞ୍ଚ ମାଗିଥିଲେ । ତାଙ୍କର ଏହି ଋଣ ସାଙ୍କ୍ସନ ହୋଇଯାଇଥିଲା । କିନ୍ତୁ ଶ୍ରୀ ମହାନ୍ତି ଏହାକୁ ବିଳମ୍ବ କରାଉଥିଲେ । ଶ୍ରୀ ମହାନ୍ତିଙ୍କ ଦୁଇଟି ସ୍ଥାନରେ ଚଢଉ କରାଯାଇଛି । ଏ ସମ୍ପର୍କରେ ଭୁବନେଶ୍ଵର ଭିଜିଲାନ୍ସ ଥାନାରେ ୧୦/୨୫ ରେ ଏକ ମାମଲା ରୁଜୁ ହୋଇଛି । ଏ ସମ୍ପର୍କରେ ଭିଜିଲାନ୍ସ ତରଫରୁ ଅଧିକ ତଦନ୍ତ ଜାରି ରହିଛି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande