ଭୁବନେଶ୍ୱର, 5 ଜୁନ୍ (ହି.ସ.)- ସ୍କୁଲ ଛାତ୍ର
ଛାତ୍ରୀ ଲେଖିବେ ୨୦୩୬ ବିକଶିତ ଓଡିଶା ଓ ୨୦୪୭ ବିକଶିତ ଭାରତକୁ ନେଇ କଣ ରହିଛି ଭିଜନ୍। ଏ ନେଇ
ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖିଛନ୍ତି । ସରକାରଙ୍କର
ଏହା ଭିତରେ ୧ ବର୍ଷ ପୂର୍ତ୍ତି ହୋଇଛି । ଏହା ହେଉଛି ଲୋକଙ୍କ ସରକାର । ସରକାରଙ୍କ ଲକ୍ଷ୍ୟ
ରହିଛି ୨୦୩୬ ସୁଦ୍ଧା ଓଡିଶାକୁ ବିକଶିତ ଓଡିଶା ଓ ଦେଶକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା
ପାଇଁ। ସରକାର ସମସ୍ତଙ୍କ ମତାମତ ଉପରେ ଗୁରୁତ୍ୱ ଦେଉଛନ୍ତି। ତେଣୁ ଏହି ଅଭିଯାନ ସ୍କୁଲ ସ୍ତରରୁ
ମଧ୍ୟ ନିଆଯାଇଛି। ପିଲାମାନଙ୍କ ମତାମତ କଣ ରହିଛି ତାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଏହା ଦ୍ୱରା
ପିଲାଙ୍କ ଭିଜନ ଜଣାପଡିବ। ସରକାର ମଧ୍ୟ ସେଥିରୁ କିଛି ବିନ୍ଦୁକୁ ଗ୍ରହଣ କରିପାରିବେ ବୋଲି
ମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା