ଶୃଙ୍ଖଳିତ ରଥଯାତ୍ରା ପରିଚାଳନା ଗଠନ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଭାତି ପରିଡା
ଭୁବନେଶ୍ୱର, 7 ଜୁନ୍ (ହି.ସ.)- ଶୃଙ୍ଖଳିତ ରଥଯାତ୍ରା ପରିଚାଳନା ଗଠନ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ,ଶୃଙ୍ଖଳିତ
ଶୃଙ୍ଖଳିତ ରଥଯାତ୍ରା     ପରିଚାଳନା ଗଠନ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ     ଜଣାଇଲେ ପ୍ରଭାତି ପରିଡା


ଭୁବନେଶ୍ୱର, 7 ଜୁନ୍ (ହି.ସ.)- ଶୃଙ୍ଖଳିତ

ରଥଯାତ୍ରା ପରିଚାଳନା ଗଠନ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ

ଧନ୍ୟବାଦ ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ,ଶୃଙ୍ଖଳିତ ରଥଯାତ୍ରା ପରିଚାଳନା ପାଇଁ ଗଠନ ହୋଇଥିବା

କମିଟିର ଅଧ୍ୟକ୍ଷ ଭାବେ ମୋତେ ଦାୟିତ୍ୱ ଦେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ପ୍ରଶାସନ,

ପୋଲିସ, ଜନପ୍ରତିନିଧି ଏବଂ ଜନତାଙ୍କ ସମନ୍ୱୟରେ ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ରଥଯାତ୍ରା ସମ୍ପନ୍ନ ହେବା ନେଇ ମହାପ୍ରଭୁଙ୍କ ଆଶୀର୍ବାଦ

କାମନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande