ଭୁବନେଶ୍ୱର, 8 ଜୁନ୍ (ହି.ସ.)
-ଲୋକସେବା ଭବନର କନଭେନସନ
ସେଣ୍ଟରଠାରେ ଶିଳ୍ପପତି ଓ ଉଦ୍ୟୋଗୀମାନଙ୍କୁ ନେଇ ଅନୁଷ୍ଠିତ ଆଲୋଚନା ଚକ୍ରରେ ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି । ଓଡ଼ିଶାର ଶିଳ୍ପ ଅନୁକୂଳ ବାତାବରଣର ଉପଯୋଗରେ ବ୍ୟାପକ ନିବେଶ
ଏବଂ ଶିଳ୍ପ ଭିତ୍ତିଭୂମିର ବିକାଶ ଉପରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶିଳ୍ପପତିଙ୍କ ସହ ଆଲୋଚନା ହେଲା ।ଉତ୍କର୍ଷ
ଓଡ଼ିଶାରେ 17 ଲକ୍ଷ କୋଟି ଟଙ୍କାର
ପ୍ରସ୍ତାବ ଆସିଥିଲା । 13 ଲକ୍ଷ କୋଟି ଟଙ୍କାର
ଏମଓୟୁ ହୋଇଥିଲା । ଗ୍ରାଉଣ୍ଡ ବ୍ରେକିଂ ହୋଇଛି କି ନାହିଁ, ନା
କେବଳ ଏମଓୟୁ ହେଉଛି ପୂର୍ବ ସରକାର ଭଳି ତାକୁ ନେଇ ପ୍ରଶ୍ନ ଉଠିଥିଲା । ଏମଓୟୁ ହେଲା ପରେ
ଗ୍ରାଉଣ୍ଡ ବ୍ରେକିଂ କ୍ଷେତ୍ରରେ ବିଜେପି ସରକାର ସଫଳ ହୋଇଛି । ଖୋର୍ଦ୍ଧାରେ 6 ହଜାର କୋଟିର ଗ୍ରାଉଣ୍ଡ ବ୍ରେକିଂ ହୋଇଛି ଏବଂ 30 ହାଜର
ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ, କଳିଙ୍ଗ ନଗରରେ ଲକ୍ଷାଧିକ
କୋଟି ଟଙ୍କାର 14ଟି କମ୍ପାନୀ ପାଇଁ
ଶିଳାନ୍ୟାସ ହୋଇଛି, ଢେଙ୍କାନାଳରେ ଶିଳ୍ପ ପାଇଁ
ଗ୍ରାଉଣ୍ଡ ବ୍ରେକିଂ ହେଲା, ଗଞ୍ଜାମ ଛତ୍ରପୁର ଠାରେ 12ଟି କମ୍ପାନୀ ସହ ଏମଓୟୁ ସାଇନ୍ ହେଲା । ଉତ୍କର୍ଷ ଓଡ଼ିଶାର ମାତ୍ର 4 ମାସ ଭିତରେ 4ଟି ସ୍ଥାନରେ 56 ଶିଳ୍ପର ଗ୍ରାଉଣ୍ଡ ବ୍ରେକିଂ ହୋଇ 1.78 ଲକ୍ଷ କୋଟିର ପୁଞ୍ଜିନିବେଶ ଆସିଲା , 1 ଲକ୍ଷ 10 ହାଜର ଯୁବକ ପାଇବେ
ରୋଜଗାର । ବର୍ଷେ ଭିତରେ 206 ଶିଳ୍ପକୁ ଅନୁମୋଦନ । 5 ବର୍ଷ ଭିତରେ ଯାହା ହୋଇନଥିଲା, ଗୋଟିଏ ବର୍ଷ ଭିତରେ ହୋଇଛି
। ଖଣି, ଧାତୁ, କେମିକାଲ, ବସ୍ତ୍ର, ଇଲେକ୍ଟ୍ରୋନିକ୍ସ, ପର୍ଯ୍ୟଟନ ଓ ଟେକ୍ନୋଲଜି କ୍ଷେତ୍ରରେ ଶିଳ୍ପ କରିବା ପାଇଁ ଯୋଜନା
ରହିଛି । 2036 ସମୃଦ୍ଧ ଓଡିଶା ପାଇଁ
ଭିତ୍ତି ସ୍ଥାପନ ହୋଇଛି । ଓଡ଼ିଶା ପାଇଁ ଭଲ ସମୟ ଆସୁଛି । ଶିଳ୍ପ ଭିତ୍ତିଭୂମି, ରେଳ, ରୋଡ଼ ଭିତ୍ତିଭୂମି, 3 ବନ୍ଦରର କାପାସିଟି ବୃଦ୍ଧି, ଆଉ 3ଟି ବନ୍ଦର ବିକଶିତ କରିବା ପାଇଁ ଆଗକୁ
ପଦକ୍ଷେପ ନିଆଯିବ । କିଛି ଜେଟି ଉନ୍ନତି ପାଇଁ ମଧ୍ୟ ପଦକ୍ଷେପ ନିଆଯିବ । ଆଗାମୀ 5 ବର୍ଷ ଭିତରେ ଲକ୍ଷ୍ୟ ଠାରୁ ବି ଅଧିକ କାମ ହେବ । 500
ବିଲିୟନ ଡଲାରର ଅର୍ଥନୀତି ହେବ ଓଡ଼ିଶା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା