ଉତର ଗ୍ରୀସରେ ପୁଣି ଥରେ ଭୂକମ୍ପ ଝଟ୍‌କା ଅନୁଭୂତ
ଏଥେନ୍ସ, 8 ଜୁନ୍ (ହି.ସ.)-ଗ୍ରୀସ୍‌ର ଉତ୍ତର ଅଞ୍ଚଳରେ ସ୍ଥିତ ମାଉଣ୍ଟ ଏଥୋସର ଗ୍ରୀକ୍ ଅର୍ଥୋଡକ୍ସ ଧାର୍ମିକ କ୍ଷେତ୍ରରେ ଶନିବାର ଦିନ 5.3 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଫଳରେ ସ୍ଥାନୀୟ ଲୋକମାନେ ଓ ଭକ୍ତମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଛି । ଏହି ଝଟକା ଗତ
ଉତର ଗ୍ରୀସରେ ପୁଣି ଥରେ ଭୂକମ୍ପ ଝଟ୍‌କା ଅନୁଭୂତ


ଏଥେନ୍ସ, 8 ଜୁନ୍ (ହି.ସ.)-ଗ୍ରୀସ୍‌ର ଉତ୍ତର ଅଞ୍ଚଳରେ

ସ୍ଥିତ ମାଉଣ୍ଟ ଏଥୋସର ଗ୍ରୀକ୍ ଅର୍ଥୋଡକ୍ସ ଧାର୍ମିକ କ୍ଷେତ୍ରରେ ଶନିବାର ଦିନ 5.3 ତୀବ୍ରତାର ଭୂକମ୍ପ ଅନୁଭୂତ

ହୋଇଛି । ଫଳରେ ସ୍ଥାନୀୟ ଲୋକମାନେ ଓ ଭକ୍ତମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଛି । ଏହି

ଝଟକା ଗତ ଚାରି ଦିନ ମଧ୍ୟରେ ଦ୍ୱିତୀୟଥର ପାଇଁ ଅନୁଭୂତ ହୋଇଛି ।

ଏଥେନ୍ସର ଜିଓଡାଇନାମିକ୍ସ୍ ସଂସ୍ଥାନ ଅନୁସାରେ, ଏହି ଭୂକମ୍ପ ସମୁଦ୍ର ତଳେ 12.5

କିଲୋମିଟର

(7.7 ମିଲ) ଗଭୀରତାରେ ଘଟିଥିଲା। ଏହାର କେନ୍ଦ୍ର ମାଉଣ୍ଟ ଏଥୋସର

ପ୍ରଶାସନିକ ରାଜଧାନୀ କାରାଏସର ଉତ୍ତର-ପଶ୍ଚିମ ଅଞ୍ଚଳରେ ଅବସ୍ଥିତ ହଲ୍କିଡିକି ପ୍ରାୟଦ୍ୱୀପରେ

ଥିଲା। ଏହି ଭୂକମ୍ପ ଝଟକାରେ ଆଖପାଖର ଅନେକ ଅଞ୍ଚଳରେ ସ୍ପଷ୍ଟ ଭାବରେ ଅନୁଭୂତ ହୋଇଛି।ଏହି

ଭୂକମ୍ପ ଫଳରେ କୌଣସି ବଡ଼ କ୍ଷୟକ୍ଷତି ହୋଇନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande