ଜୁନ 8ରୁ 14 ଯାଏ ଫ୍ରାନ୍ସ, ୟୁରୋପୀୟ ସଂଘ ଓ ବେଲଜିୟମ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର
ନୂଆଦିଲ୍ଲୀ, 8 ଜୁନ୍ (ହି.ସ.)- ବୈଦେଶିକ ମନ୍ତ୍ରୀ ଡ଼ ଏସ୍. ଜୟଶଙ୍କର ଆଜି (୮ ଜୁନ୍) ରୁ ୧୪ ଜୁନ୍ ପର୍ଯ୍ୟନ୍ତ ଫ୍ରାନ୍ସ, ଇଉରୋପିୟ ସଂଘ ଓ ବେଲ୍ଜିୟମ୍‌ର ସରକାରୀ ଦୌରା ଉପରେ ରହିବେ। ଏହି ଗସ୍ତ ଭାରତର ତିନିଟି ପ୍ରମୁଖ ସାଂଘିକ ଭାଗୀଦାର ଦେଶ ସହ ରଣନୈତିକ ସହଯୋଗକୁ ଆଉ ଅ
ଜୁନ 8ରୁ 14 ଯାଏ ଫ୍ରାନ୍ସ, ୟୁରୋପୀୟ ସଂଘ ଓ ବେଲଜିୟମ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ     ଜୟଶଙ୍କର


ନୂଆଦିଲ୍ଲୀ, 8 ଜୁନ୍ (ହି.ସ.)- ବୈଦେଶିକ ମନ୍ତ୍ରୀ ଡ଼ ଏସ୍. ଜୟଶଙ୍କର ଆଜି (୮ ଜୁନ୍) ରୁ ୧୪ ଜୁନ୍

ପର୍ଯ୍ୟନ୍ତ ଫ୍ରାନ୍ସ, ଇଉରୋପିୟ ସଂଘ ଓ ବେଲ୍ଜିୟମ୍‌ର ସରକାରୀ

ଦୌରା ଉପରେ ରହିବେ। ଏହି ଗସ୍ତ ଭାରତର ତିନିଟି ପ୍ରମୁଖ ସାଂଘିକ ଭାଗୀଦାର ଦେଶ ସହ ରଣନୈତିକ

ସହଯୋଗକୁ ଆଉ ଅଧିକ ଶକ୍ତିଶାଳୀ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନେ

କରାଯାଉଛି ।

ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ, ଏହି ଗସ୍ତ ଭାରତ ଓ ଏହି ତିନୋଟି ଭାଗୀଦାର

ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ଗଭୀର କରିବ ଓ ବହୁପକ୍ଷୀୟ ସହଯୋଗକୁ ଏକ ନୂଆ ଦିଗାନ୍ତ ଦେବ।

ଫ୍ରାନ୍ସ ଓ ଭାରତ ମଧ୍ୟରେ ରଣନୈତିକ ଭାଗୀଦାରିର ୨୫ ବର୍ଷ ପୂର୍ଣ୍ଣ ହୋଇଛି। ଉଭୟ ଦେଶ ମଧ୍ୟରେ

ଗଭୀର ବିଶ୍ୱାସ ଓ ବହୁମୁଖୀ ସହଯୋଗ ଅଛି।

ଏହି ଯାତ୍ରା ସମୟରେ ବୈଦେଶିକ ମନ୍ତ୍ରୀ ପ୍ୟାରିସ୍ ଓ ମାର୍ସେୟ ଯିବେ। ସେ ଫ୍ରାନ୍ସର ୟୁରୋପ

ଓ ବିଦେଶ ବିଭାଗର ମନ୍ତ୍ରୀ ଜିନ୍-ନୋଏଲ୍ ବ୍ୟାରୋ ସହ ଦ୍ୱିପକ୍ଷୀୟ ଆଲୋଚନା କରିବେ। ଏହା ବ୍ୟତୀତ

ସେ ଫ୍ରାନ୍ସର ବରିଷ୍ଠ ନେତାଙ୍କ, ଥିଙ୍କ ଟ୍ୟାଙ୍କ ଓ ମିଡିଆ ସହିତ ମଧ୍ୟ ଆଲୋଚନା

କରିବେ। ସେ ମାର୍ସେୟରେ ଆୟୋଜିତ ହେଉଥିବା ବୈଦେଶିକ ମନ୍ତ୍ରୀ ମ୍ୟାକ୍ସିମ୍ ପ୍ରିଭୋ'ଙ୍କର ଉଦ୍‌ଘାଟନ

ସଂସ୍କରଣରେ ମଧ୍ୟ ଅଂଶଗ୍ରହଣ କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande