ଭୁବନେଶ୍ୱର, 8 ଜୁନ୍ (ହି.ସ.)- ବିଶ୍ୱ ମହାସାଗର ଦିବସ ଅବସରରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମହାସାଗର
ସୁରକ୍ଷାର ଗୁରୁତ୍ୱକୁ ରେଖାଙ୍କିତ କରି, ପ୍ଲାଷ୍ଟିକ୍ ପ୍ରଦୂଷଣରୁ ସାମୁଦ୍ରିକ
ପାରିସ୍ଥିତିକ ତନ୍ତ୍ରର ରକ୍ଷା କରିବା ପାଇଁ ସାମୂହିକ ପ୍ରୟାସ କରିବାକୁ ଆହ୍ୱାନ ଜଣାଇଛନ୍ତି।
ସୋସିଆଲ୍ ମିଡିଆରେ ନବୀନ ପଟ୍ଟନାୟକ ମହାସାଗରକୁ ଆମ ପୃଥିବୀର ଫୁସଫୁସ ବୋଲି
ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ, ଏହା ପୃଥିବୀରେ ଜୀବନ ଅବ୍ୟାହତ ରଖିବାରେ
ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ସେ କହିଛନ୍ତି, “ମହାସାଗର ଅକ୍ସିଜେନ୍ ଉତ୍ପନ
କରେ, ଜଳବାୟୁକୁ ନିୟନ୍ତ୍ରଣ କରନ୍ତି ଓ ଖାଦ୍ୟ ଏବଂ ଔଷଧର ପ୍ରମୁଖ ଉତ୍ସ
ଅଟେ। ଆସନ୍ତୁ ଆମେ ସମସ୍ତେ ସଂକଳ୍ପ ନେବା, ଯେ ଆମେ ପ୍ଲାଷ୍ଟିକ୍ ବର୍ଜ୍ୟରେ
ମହାସାଗରକୁ ଦୂଷିତ କରିବା ନାହିଁ ଓ ଏକ ସ୍ୱସ୍ଥ ପୃଥିବୀ ପାଇଁ କାମ କରିବୁ।”
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା