ଥାନା ପରିସରରୁ ବାଲି ବୋଝେଇ ଟ୍ରାକ୍ଟର ଛଡାଇ ନେବା ଘଟଣାରେ ୨ ଗିରଫ
ଧର୍ମଶାଳା, ୯ଜୁନ୍‌ (ହି.ସ.)- ଯାଜପୁର ଜିଲା ଧର୍ମଶାଳା ଥାନା ପରିସରରେ ଜବତ ହୋଇ ରହିଥିବା ଏକ ବାଲି ବୋଝେଇ ଟ୍ରାକ୍ଟରକୁ ଦୁର୍ବୃତମାନେ ଜୋର ଜବରଦସ୍ତ ଛଡାଇ ନେଇ ଯାଇଥିବା ଅଭିଯୋଗରେ ପୁଲିସ ଆଜି ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଏହି ଥାନା ଚୋରମୁହାଁ ପଂଚାୟାତ ବ
ଥାନା ପରିସରରୁ  ବାଲି ବୋଝେଇ ଟ୍ରାକ୍ଟର ଛଡାଇ ନେବା ଘଟଣାରେ ୨ ଗିରଫ


ଧର୍ମଶାଳା, ୯ଜୁନ୍‌ (ହି.ସ.)- ଯାଜପୁର ଜିଲା ଧର୍ମଶାଳା ଥାନା ପରିସରରେ ଜବତ ହୋଇ ରହିଥିବା ଏକ ବାଲି ବୋଝେଇ ଟ୍ରାକ୍ଟରକୁ ଦୁର୍ବୃତମାନେ ଜୋର ଜବରଦସ୍ତ ଛଡାଇ ନେଇ ଯାଇଥିବା ଅଭିଯୋଗରେ ପୁଲିସ ଆଜି ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଏହି ଥାନା ଚୋରମୁହାଁ ପଂଚାୟାତ ବଡମଙ୍ଗଳପୁର ( କପିଳେଶ୍ୱରପୁର ) ଗ୍ରାମର ସୁବାଷ ଚନ୍ଦ୍ର ଦାଶଙ୍କ ପୁଅ ପ୍ରିୟବ୍ରତ (୩୨) ଓ ଉତରପ୍ରତାପ ପଂଚାୟତ ଚାନ୍ଦମୋହିନୀ ଗ୍ରାମର ପ୍ରତାପ ବେହେରାଙ୍କ ପୁଅ ବିକ୍ରମ (୨୪) ବୋଲି ଜଣାପଡିଛି । ସୂଚନା ମୁତାବକ, ଗତ ଶନିବାର ପୁର୍ବାହ୍ନରେ ଏହି ଥାନା ଭବାନୀପୁର ଘାଟରେ ବେଆଇନ ବାଲି ଚାଲାଣ ହେଉଥିବା ଖବର ପାଇ ଧର୍ମଶାଳା ପୁଲିସ ସେଠାରେ ପହଁଚି ଏକ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରି ଥାନା ପରିସରରେ ଆଣି ରଖିଥିଲା । ହେଲେ ସେହିଦିନ ରାତିରେ ଦୁର୍ବୁତମାନେ ଜୋରଜବରଦସ୍ତ ଥାନା ପରିସରରେ ରହିଥିବା ବାଲି ବୋଝେଇ ଟ୍ରାକ୍ଟରକୁ ନେଇ ଫେରାର ହୋଇଯାଇଥିଲେ । ଏହି ସମୟରେ ପୁଲିସ ଖବର ପାଇ ବାଲି ଟ୍ରାକ୍ଟରର ପିଛା କରି ବ୍ରାହ୍ମଣୀ ନଦୀ ବନ୍ଧରୁ ଟ୍ରାକ୍ଟରଟିକୁ ଜବତ କରିଥିବା ବେଳେ ଘଟଣାସ୍ଥଳରୁ ଟ୍ରାକ୍ଟର ଚାଳକ ଓ ଅନ୍ୟ ଦୁର୍ବୃତମାନେ ଫେରାର ହୋଇ ଯାଇଥିଲେ । ଏହି ଘଟଣା ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଧର୍ମଶାଳା ଥାନା ପୁଲିସ ଏନେଇ ୩୩୮/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଘଟଣାରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ରଞ୍ଜନ କୁମାର ମାଝି ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande