ହିମାଚଳ ପ୍ରଦେଶର ମଣ୍ଡିରେ ବାଦଲ ଫାଟି ଜଣେ ମୃତ,ଅନେକ ନିଖୋଜ ,ଛଅ ଜିଲ୍ଲାରେ ବନ୍ୟା ସତର୍କତା
ଶିମଲା, 1 ଜୁଲାଇ (ହି.ସ)-ହିମାଚଳ ପ୍ରଦେଶରେ ମୁସଳଧାର ବର୍ଷା ତାଣ୍ଡବ ରଚିଛି। ମଣ୍ଡି ଜିଲ୍ଲାରେ ଗତ ରାତିରେ ଅନେକ ସ୍ଥାନରେ ବାଦଲ ଫାଟି ସାଧାରଣ ଜନଜୀବନ ବ୍ୟାହତ ହୋଇଛି।କରସୋଗ ଉପମଣ୍ଡଳରେଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।ମୃତକଙ୍କ ବୟସ 45 ବର୍ଷ ହୋଇଥିବାବେଳ
ହିମାଚଳ ପ୍ରଦେଶର ମଣ୍ଡିରେ ବାଦଲ ଫାଟି ଜଣେ ମୃତ,ଅନେକ ନିଖୋଜ ,ଛଅ ଜିଲ୍ଲାରେ ବନ୍ୟା ସତର୍କତା


ଶିମଲା, 1 ଜୁଲାଇ

(ହି.ସ)-ହିମାଚଳ ପ୍ରଦେଶରେ ମୁସଳଧାର ବର୍ଷା

ତାଣ୍ଡବ ରଚିଛି। ମଣ୍ଡି ଜିଲ୍ଲାରେ ଗତ ରାତିରେ ଅନେକ ସ୍ଥାନରେ ବାଦଲ ଫାଟି ସାଧାରଣ ଜନଜୀବନ

ବ୍ୟାହତ ହୋଇଛି।କରସୋଗ ଉପମଣ୍ଡଳରେଜଣେ ବ୍ୟକ୍ତିଙ୍କ

ମୃତ୍ୟୁ ହୋଇଛି।ମୃତକଙ୍କ ବୟସ 45 ବର୍ଷ ହୋଇଥିବାବେଳେ ଅନ୍ୟ ଦୁଇଜଣ ନିଖୋଜ ଅଛନ୍ତି।କରସୋଗ

ଡିଏସପି ଏହା ନିଶ୍ଚିତ କରିଛନ୍ତି।ମଣ୍ଡି ଜିଲ୍ଲାର ଗୋହର ସ୍ୟାଞ୍ଜ ଗ୍ରାମରେ ଡ୍ରେନରେ ବନ୍ୟା

ଆସିବାରୁ ନଅଜଣ ନିଖୋଜ ଅଛନ୍ତି।ମା ଏବଂ ଝିଅକୁସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି ,କିନ୍ତୁ

ଅନ୍ୟମାନଙ୍କୁ ଖୋଜା ଚାଲିଛି। ମଣ୍ଡି ଜିଲ୍ଲାରେ ଅନେକ ସ୍ଥାନରେ ଧ୍ୱଂସାବଶେଷ ଦୃଶ୍ୟ ରହିଛି।ପଣ୍ଡୋହ

ବଜାରରେ ପାଣି ଜମି ରହିବାରୁ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଉଛି।ବାଖଲି

ଏବଂ କୁକଲାହ ପୁଲ ଭାଙ୍ଗିଯାଇଛି ଏବଂ ଚଣ୍ଡୀଗଢ -ମନାଲି ନ୍ୟାସନାଲ ହାଇୱେ ସମ୍ପୁର୍ଣ୍ଣ ବନ୍ଦ

ହୋଇଯାଇଛି।ପଟିକରୀ ପାୱର ପ୍ରୋଜେକ୍ଟକୁ ମଧ୍ୟ ପ୍ରବଳ କ୍ଷତି ହୋଇଛି।ନଦୀ ଏବଂ ଝରଣାଗୁଡିକ ଉଛୁଳି

ରହିଛି।ପଣ୍ଡୋହ ଡ୍ୟାମର ଜଳସ୍ତର 2922 ଫୁଟ ପର୍ଯ୍ୟନ୍ତ ପହଁଞ୍ଚିଛି ଯାହା 2941 ଫୁଟର ବିପଦ

ସଂଙ୍କେତ ପାଖାପାଖି।ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ 1.5 ଲକ୍ଷ କ୍ୟୁସେକରୁ ଅଧିକ ପାଣି

ବ୍ୟାସ ନଦୀରେ ଛଡାଯାଉଛି।ମଣ୍ଡି ସହରର ପଞ୍ଚବକ୍ତ୍ର ମନ୍ଦିର ପର୍ଯ୍ୟନ୍ତ ପାଣି

ପହଁଞ୍ଚିଛି।ଧର୍ମପୁରର ଲୌଙ୍ଗନୀ ପଞ୍ଚାୟତର ସ୍ୟାଠୀ ଗ୍ରାମରେ ମଧ୍ୟ ଅନେକ ଘର ,ଗୋଶାଳା ଏବଂ

ଗାଇଗୋରୁ ମଧ୍ୟ ଭାସିଯାଇଛନ୍ତି।ମଣ୍ଡି ଇନ୍ଦିରା ଆବାସ କଲୋନୀଏବଂ ରଘୁନାଥପଧରରେ ମଧ୍ୟ ରାତିସାରା ରିଲିଫ ଏବଂ

ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande