ହିମାଚଳରେ ଖରାପ ପାଗ ମଧ୍ୟରେ ଏଚଆରଟିସି ବସ୍ ଓଲଟିଲା, ୪୪ ରୁ ଅଧିକ ଯାତ୍ରୀ ଆହତ
ଶିମଲା, ୧ ଜୁଲାଇ (ହି.ସ.)- ହିମାଚଳ ପ୍ରଦେଶର ସୋଲନ ଜିଲ୍ଲାର ନାଲାଗଡ଼ ଅଂଚଳରେ ମଙ୍ଗଳବାର ଭୀଷଣ ବର୍ଷା ମଧ୍ୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ନାଲାଗଡ-ସ୍ୱରଘାଟ ରାସ୍ତାରେ ହିମାଚଳ ସଡ଼କ ପରିବହନ ନିଗମ (ଏଚଆରଟିସି)ର ଏକ ବସ୍ ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ ୪୪ ରୁ ଅଧିକ ଯାତ୍ରୀ ଆ
ହିମାଚଳରେ ଖରାପ ପାଗ ମଧ୍ୟରେ ଏଚଆରଟିସି ବସ୍ ଓଲଟିଲା, ୪୪ ରୁ ଅଧିକ ଯାତ୍ରୀ ଆହତ


ଶିମଲା, ୧ ଜୁଲାଇ (ହି.ସ.)- ହିମାଚଳ ପ୍ରଦେଶର ସୋଲନ ଜିଲ୍ଲାର ନାଲାଗଡ଼ ଅଂଚଳରେ ମଙ୍ଗଳବାର ଭୀଷଣ ବର୍ଷା ମଧ୍ୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ନାଲାଗଡ-ସ୍ୱରଘାଟ ରାସ୍ତାରେ ହିମାଚଳ ସଡ଼କ ପରିବହନ ନିଗମ (ଏଚଆରଟିସି)ର ଏକ ବସ୍ ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ ୪୪ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଗୋଲଜାମାଲା ନିକଟରେ ଏହି ଦୁର୍ଘଟଣା ଘଟିଛି, ଯେଉଁଠାରେ ସାରକାଘାଟ ଡିପୋର ବସ୍ ଖସି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଆହତମାନଙ୍କୁ ତୁରନ୍ତ ଲୋକଙ୍କ ସହାୟତାରେ ନାଲାଗଡ଼ର ସିଭିଲ୍ ହସ୍ପିଟାଲକୁ ପଠାଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି । ପୋଲିସ ଏବଂ ପ୍ରଶାସନ ଟିମ୍ ଘଟଣାସ୍ଥଳରେ ପହଂଚି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଦୁର୍ଘଟଣା ଯୋଗୁଁ କିଛି ସମୟ ପାଇଁ ଏହି ରୁଟରେ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଥିଲା ।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ବସ୍ ଦୁର୍ଘଟଣାର ତଦନ୍ତ କରାଯାଉଛି ଏବଂ ଆହତମାନଙ୍କୁ ଯଥା ସମ୍ଭବ ସହାୟତା ଯୋଗାଇ ଦିଆଯାଉଛି ।

ଜିଲ୍ଲାରେ ଲଗାତାର ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଖସଡ଼ିଆ ହୋଇଯାଇଥିଲା । ଏହାଦ୍ୱାରା ଡ୍ରାଇଭରଙ୍କ ପାଇଁ ବସ୍ ଉପରେ ନିୟନ୍ତ୍ରଣ ରକ୍ଷା କରିବା କଷ୍ଟକର ହୋଇପଡିଥିଲା । ବସ୍ ରେ ମହିଳା, ପିଲା ଏବଂ ବୃଦ୍ଧବୃଦ୍ଧା ମଧ୍ୟ ଯାତ୍ରା କରୁଥିଲେ । ଦୁର୍ଘଟଣାର ଖବର ପାଇବା ମାତ୍ରେ ହସ୍ପିଟାଲରେ ଡାକ୍ତରଙ୍କ ଏକ ଅତିରିକ୍ତ ଟିମ୍ ନିୟୋଜିତ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande