ରାଂଚି, ୦୧ ଜୁଲାଇ(ହି.ସ.) – ଝାରଖଣ୍ଡରେ ହେଉଥିବା ପ୍ରବଳ ବର୍ଷାରେ ରାଜ୍ୟର ଜନ-ଜୀବନ ପ୍ରଭାବିତ ହୋଇଛି। ଏହିଥିରେ ରାଜ୍ୟର କେତେକ ଜିଲ୍ଲାରେ ପୋଲ ଭାଙ୍ଗିଯାଇଛି। ନଦୀ-ନାଳରେ ପ୍ରବଳ ପାଣି ଥିବା ବେଳେ ଏବଂ ରାଜଧାନୀ ସହିତ ବିଭିନ୍ନ ଜିଲ୍ଲାର କେତେକ ଅଂଚଳରେ ପାଣିରେ ବୁଡ଼ିରହିଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ରାଜ୍ୟରେ ଏକରୁ ୩୦ ଜୁନ୍ ପର୍ଯ୍ୟନ୍ତ ସାମାନ୍ୟରୁ ୮୮ ପ୍ରତିଶତ ଅଧିକ ବର୍ଷା ରେକର୍ଡ଼ କରାଯାଇଛି। ଏହି ଅବସରରେ ରାଜଧାନୀ ରାଂଚିରେ ସବୁଠାରୁ ଅଧିକ ସାମାନ୍ୟରୁ ୨୧୩ ପ୍ରତିଶତ ଅଧିକ ବର୍ଷା ହୋଇଛି। ମୌସୁମୀ ସମୟରେ ଏବେ ପର୍ଯ୍ୟନ୍ତ ରାଜ୍ୟର ୨୪ରୁ ପାଂଚ ଜିଲ୍ଲାକୁ ଛାଡ଼ି ଶେଷ ୧୯ ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ଼ କରାଯାଇଚି। ପାଣିପାଗ ବିଭାଗ ଅନୁଯାୟୀ ରାଜ୍ୟରେ ଛଅ ଜୁଲାଇ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ବ୍ୟକ୍ତ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି