ପାଟନା, ୧ ଜୁଲାଇ (ହି.ସ.)- ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ମାତା ସୀତାଙ୍କ ଜନ୍ମସ୍ଥାନ ସୀତାମାଢ଼ିର ପୁନୌରାଧାମକୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଅଯୋଧ୍ୟାର ଅନୁରୂପ ବିକାଶ ପାଇଁ ୮୮୨ କୋଟି ୮୭ ଲକ୍ଷ ଟଙ୍କାର ଅନୁମୋଦନ ସମେତ ୨୪ଟି ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । କ୍ୟାବିନେଟ୍ ବୈଠକରେ ଆଜି ୨୪ଟି ଏଜେଣ୍ଡା ମଧ୍ୟରେ ମୁଖ୍ୟମନ୍ତ୍ରୀ କଳାକାର ପେନସନ୍ ଯୋଜନାକୁ ମଧ୍ୟ ଅନୁମୋଦନ କରାଯାଇଛି । ଏଥିରେ ବିହାର ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷିତ ରଖିବା ନିମନ୍ତେ ନିରନ୍ତର ଯୋଗଦାନ ଦେଉଥିବା ରାଜ୍ୟର ବରିଷ୍ଠ ଏବଂ ଜୀବିକା ସଙ୍କଟର ସମ୍ମୁଖୀନ ହେଉଥିବା ଉତ୍କୃଷ୍ଟ କଳାକାରମାନଙ୍କୁ ୩୦୦୦ ଟଙ୍କା ପେନସନ ଦିଆଯିବ । ଏହା ସହିତ, ମୁଖ୍ୟମନ୍ତ୍ରୀ ପ୍ରତିଜ୍ଞା ଯୋଜନା ଅଧୀନରେ, ୨୦୨୫-୨୬ ରେ ୫୦୦୦ ହିତାଧିକାରୀ ଏବଂ ଆର୍ଥିକ ବର୍ଷ ୨୦୨୬-୨୭ ରୁ ୨୦୩୦-୩୧ ପର୍ଯ୍ୟନ୍ତ ୧ ଲକ୍ଷ ଯୁବକଙ୍କୁ ଲାଭ ଦେବାର ଲକ୍ଷ୍ୟ ରଖାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ