ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୋରଖପୁରରେ ଆୟୁଷ ବିଶ୍ୱବିଦ୍ୟାଳୟର କଲେ ଉଦଘାଟନ
ଗୋରଖପୁର, ୧ ଜୁଲାଇ (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଦିନ ଗୋରଖପୁରରେ ଉତର ପ୍ରଦେଶର ପ୍ରଥମ ଆୟୁଷ ବିଶ୍ୱବିଦ୍ୟାଳୟର ଉଦଘାଟନ କରିଛନ୍ତି । ଏହି ଆୟୁଷ ବିଶ୍ୱବିଦ୍ୟାଳୟ ଭଟହଟ ଅଂଚଳର ପିପରିରେ ୫୨ ଏକର ଜମିରେ ନିର୍ମିତ । ଏହି ବିଶ୍ୱବିଦ୍ୟାଳୟ ନିର୍ମାଣରେ ୨୬୭.୫୦ କୋଟି ଟଙ୍କା ଖର୍ଚ୍ଚ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୋରଖପୁରରେ ଆୟୁଷ ବିଶ୍ୱବିଦ୍ୟାଳୟର କଲେ ଉଦଘାଟନ


ଗୋରଖପୁର, ୧ ଜୁଲାଇ (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଦିନ ଗୋରଖପୁରରେ ଉତର ପ୍ରଦେଶର ପ୍ରଥମ ଆୟୁଷ ବିଶ୍ୱବିଦ୍ୟାଳୟର ଉଦଘାଟନ କରିଛନ୍ତି । ଏହି ଆୟୁଷ ବିଶ୍ୱବିଦ୍ୟାଳୟ ଭଟହଟ ଅଂଚଳର ପିପରିରେ ୫୨ ଏକର ଜମିରେ ନିର୍ମିତ । ଏହି ବିଶ୍ୱବିଦ୍ୟାଳୟ ନିର୍ମାଣରେ ୨୬୭.୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ଉତର ପ୍ରଦେଶର ପ୍ରଥମ ଆୟୁଷ ବିଶ୍ୱବିଦ୍ୟାଳୟ ଚିକିତ୍ସା ଶିକ୍ଷା ସହିତ ନିଯୁକ୍ତିର ନୂତନ ଦ୍ୱାର ଖୋଲିବ । ଏହି ଅବସରରେ ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ଆୟୁର୍ବେଦ, ୟୁନାନି ଏବଂ ହୋମିଓପାଥିର ଓପିଡି ପୂର୍ବରୁ ଚାଲିଛି । ଏବେ ପଂଚକର୍ମ ଏବଂ ଅସ୍ତ୍ରୋପଚାରର ସୁବିଧା ମଧ୍ୟ ଉପଲବ୍ଧ ହେବ । ଏହାର ପ୍ରଭାବ ରାଜ୍ୟର କୃଷି କ୍ଷେତ୍ର ଉପରେ ମଧ୍ୟ ପଡିବ । ଔଷଧୀୟ ଗଛ ଚାଷର ଚାହିଦା ମଧ୍ୟ ବୃଦ୍ଧି ପାଇବ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande