ଲକ୍ଷ୍ନୌ, ୦୧ ଜୁଲାଇ (ହି.ସ.) – ବହୁଜନ ସମାଜ ପାର୍ଟି (ବିଏସପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷା ମାୟାବତୀ ରେଳ ଭଡ଼ା ବୃଦ୍ଧି ସମ୍ପର୍କରେ ରେଳ ବୋର୍ଡ଼କୁ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତ । ସେ ବସ୍ତି ଭଙ୍ଗା ନେଇ ଦିଲ୍ଲୀ ସରକାରଙ୍କୁ ହମଲା କରିଛନ୍ତି । ବିଦ୍ୟୁତ ଘରୋଇକରଣକୁ ନେଇ ବିଏସପି ମୁଖ୍ୟ ମଧ୍ୟ ସରକାରଙ୍କ ଉପରେ ହମଲା କରିଛନ୍ତି ।
ମଙ୍ଗଳବାର ଦିନ ଲକ୍ଷ୍ନୌରେ ଏକ ସାମ୍ବାଦିକ ସମ୍ମିଳନୀରେ ମାୟାବତୀ କହିଛନ୍ତି ଯେ, ଦେଶରେ ପ୍ରବଳ ମୁଦ୍ରାସ୍ଫିତୀ ଚାଲିଛି । ବେକାରୀ ଏବଂ ଆୟ ହ୍ରାସ ଯୋଗୁଁ ଲୋକମାନେ ଅସନ୍ତୁଷ୍ଟ । ଏପରି ପରିସ୍ଥିତିରେ କେନ୍ଦ୍ର ସରକାରଙ୍କ ଦ୍ୱାରା ରେଳ ଭଡ଼ା ବୃଦ୍ଧି ସାଧାରଣ ଜନତାଙ୍କ ସ୍ୱାର୍ଥ ବିରୁଦ୍ଧରେ ଏକ ବାଣିଜ୍ୟିକ ନିଷ୍ପତି ।
ନେସନ ଫାଷ୍ଟ ନାମରେ ଜିଏସଟି ଭଳି ରେଳବାଇ ମାଧ୍ୟମରେ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ଉପରେ ବୋଝ ବୃଦ୍ଧି କରି ସେମାନଙ୍କର ଶୋଷଣ ବୃଦ୍ଧି କରିବାର ଏହି ଅଭ୍ୟାସ ଅନ୍ୟାୟ । ସରକାରଙ୍କୁ ଏହା ଉପରେ ପୁନର୍ବିଚାର କରିବା ଉଚିତ ।
ହିନ୍ଦୁସ୍ଥାନ ସମାଚାର/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ