ରବୀନ୍ଦ୍ର ଚହ୍ୱାଣ ହେବେ ମହାରାଷ୍ଟ୍ର ବିଜେପିର ନୂଆ ରାଜ୍ୟ ସଭାପତି, ନିର୍ବିରୋଧରେ ନିର୍ବାଚିତ
• କିରେନ ରିଜିଜୁ ମୁମ୍ବାଇରେ କଲେ ଘୋଷଣା ମୁମ୍ବାଇ, ୦୧ ଜୁଲାଇ (ହି.ସ.) । ବରିଷ୍ଠ ବିଜେପି ନେତା ଓ ପୂର୍ବତନ ମନ୍ତ୍ରୀ ରବୀନ୍ଦ୍ର ଚହ୍ୱାଣଙ୍କୁ ଆଜି (ମଙ୍ଗଳବାର) ମହାରାଷ୍ଟ୍ର ବିଜେପିର ନୂଆ ରାଜ୍ୟ ସଭାପତି ଭାବେ ନିର୍ବାଚିତ କରାଯାଇଛି । ବିଜେପି ନେତା ଓ କେନ୍ଦ୍ରୀୟ ସଂସଦୀୟ କାର୍ଯ୍ୟ ଏବଂ ଅଲ୍ପସଂଖ୍
ରବିନ୍ଦ୍ର


• କିରେନ ରିଜିଜୁ ମୁମ୍ବାଇରେ କଲେ ଘୋଷଣା

ମୁମ୍ବାଇ, ୦୧ ଜୁଲାଇ (ହି.ସ.) । ବରିଷ୍ଠ ବିଜେପି ନେତା ଓ ପୂର୍ବତନ ମନ୍ତ୍ରୀ ରବୀନ୍ଦ୍ର ଚହ୍ୱାଣଙ୍କୁ ଆଜି (ମଙ୍ଗଳବାର) ମହାରାଷ୍ଟ୍ର ବିଜେପିର ନୂଆ ରାଜ୍ୟ ସଭାପତି ଭାବେ ନିର୍ବାଚିତ କରାଯାଇଛି । ବିଜେପି ନେତା ଓ କେନ୍ଦ୍ରୀୟ ସଂସଦୀୟ କାର୍ଯ୍ୟ ଏବଂ ଅଲ୍ପସଂଖ୍ୟକ ବିକାଶ ମନ୍ତ୍ରୀ କିରେନ ରିଜିଜୁ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ଚହ୍ୱାଣ, ବର୍ତ୍ତମାନ ରାଜ୍ୟ ସଭାପତିଚନ୍ଦ୍ରଶେଖର ବାୱଣକୁଳେଙ୍କ ସ୍ଥାନରେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ୍, ପୂର୍ବତନ ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱଣକୁଳେ, ଆଶିଷ ଶେଳାର, ବିନୋଦ ତାଵଡେ ସହିତ ବିଜେପିର ଅନେକ ବିଧାୟକ ଓ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ପୂର୍ବତନ ମନ୍ତ୍ରୀ ରବୀନ୍ଦ୍ର ଚହ୍ୱାଣ ନିର୍ବିରୋଧରେ ବିଜେପିର ରାଜ୍ୟ ସଭାପତିଭାବେ ଚୟନ ହୋଇଛନ୍ତି, ଯଦିଓ କିଛି ଦିନ ପୂର୍ବରୁ ସେ ବିଜେପିର କାର୍ଯ୍ୟକାରୀ ରାଜ୍ୟ ସଭାପତିପଦର ଦାୟିତ୍ୱ ଗ୍ରହଣ କରିଥିଲେ। ମୁମ୍ବାଇର ୱର୍ଳି ଡୋମରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ମନ୍ତ୍ରୀ କିରେନ ରିଜିଜୁ ରବୀନ୍ଦ୍ର ଚହ୍ୱାଣ ସଭାପତି ଭାବେ ନିର୍ବାଚିତ ହୋଇଥିବା ଘୋଷଣା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଏତେ ବେଶି ଭିଡ଼ ହୋଇଥିଲା ଯେ ବିଜେପି କାର୍ଯ୍ୟକର୍ତ୍ତାମାନେ ଠିଆ ହୋଇ କାର୍ଯ୍ୟକ୍ରମ ଦେଖିବାକୁ ବାଧ୍ୟ ହୋଇଥିଲେ। ମହାରାଷ୍ଟ୍ର ବିଜେପି ରାଜ୍ୟ ସଭାପତିପଦ ପାଇଁ କେବଳ ରବୀନ୍ଦ୍ର ଚହ୍ୱାଣ ମାନେ ଏକମାତ୍ର ଆବେଦନ ଦାଖଲ କରିଥିଲେ। ଯେହେତୁ ଅନ୍ୟ କେହି ଆବେଦନ ଦାଖଲ କରିନଥିଲେ, ତେଣୁ ରବୀନ୍ଦ୍ର ଚହ୍ୱାଣଙ୍କୁ ବିଜେପିର ନୂଆ ରାଜ୍ୟ ସଭାପତିଭାବରେ ନିର୍ବିରୋଧରେ ଚୟନ କରାଯାଇଛି ।

ଆଗାମୀ ନଗର ନିଗମ ନିର୍ବାଚନକୁ ଦୃଷ୍ଟିରେ ରଖି ରବୀନ୍ଦ୍ର ଚହ୍ୱାଣଙ୍କ ଚୟନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନାଯାଉଛି। ରବୀନ୍ଦ୍ର ଚହ୍ୱାଣ ଡୋମ୍ବିଭିଲି ବିଧାନସଭା ଅଞ୍ଚଳରୁ ୪ଥର ନିର୍ବାଚିତ ହୋଇଛନ୍ତି। ସେ ଜଣେ ପ୍ରଭାବଶାଳୀ ନେତା ଓ ତୃଣମୂଳ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ସହିତ ତାଙ୍କର ଭଲ ସଂପର୍କ ରହିଛି।

ରବୀନ୍ଦ୍ର ଚହ୍ୱାଣ ବିଜେପି ଯୁବ ମୋର୍ଚ୍ଚା ମାଧ୍ୟମରେ ରାଜନୀତିରେ ପ୍ରବେଶ କରିଥିଲେ ଓ କଲ୍ୟାଣ-ଡୋମ୍ବିଭିଲି ନଗର ନିଗମରେ ପାର୍ଷଦ, ସ୍ଥାୟୀ ସମିତି ଅଧ୍ୟକ୍ଷ, ୪ଥର ବିଧାୟକ, ବିଜେପିର ରାଜ୍ୟ ମହାସଚିବ ଓ ମନ୍ତ୍ରୀ ଭାବେ ବିଭିନ୍ନ ଦାୟିତ୍ୱ ନିଭାଇଛନ୍ତି।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ସ୍ୱୟଂସେବକ ଭାବେ ନିଜର କ୍ୟାରିୟର ଆରମ୍ଭ କରି ବିଜେପିର ରାଜ୍ୟ ସଭାପତିପଦ ପର୍ଯ୍ୟନ୍ତ ରବୀନ୍ଦ୍ର ଚହ୍ୱାଣଙ୍କ ଯାତ୍ରା ଲୋକପ୍ରଶଂସାର ଯୋଗ୍ୟ। ରବୀନ୍ଦ୍ର ଚହ୍ୱାଣଙ୍କ ଚୟନ ସହିତ ମହାରାଷ୍ଟ୍ରରେ ବିଜେପିର ସଂଗଠନାତ୍ମକ କାର୍ଯ୍ୟକଳାପକୁ ଏକ ନୂଆ ନେତୃତ୍ୱ ମିଳିଛି ଏବଂ ଆଶା କରାଯାଉଛି ଯେ ଦଳ ଆସନ୍ତା ନିର୍ବାଚନଗୁଡ଼ିକ ପାଇଁ ପୁଣିଥରେ ସକ୍ରିୟ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande