ଓଏଏସ ଅଫିସରଙ୍କୁ ମାଡ ଘଟଣାରେ ସାମିଲ ଥିବା ସମସ୍ତଙ୍କୁ ଗିରଫ କରାଯାଉ- କଂଗ୍ରେସ
ଭୁବନେଶ୍ୱର, 1 ଜୁଲାଇ (ହି.ସ.) - ବିଏମସି ଅଫିସରରେ ଓଏଏସ ଅଫିସରଙ୍କୁ ମାଡ ପ୍ରସଙ୍ଗକୁ ନେଇ ବର୍ଷିଲା କଂଗ୍ରେସ । ଏକ ପ୍ରେସମିଟରେ କଂଗ୍ରେସ ପକ୍ଷରୁ କୁହାଯାଇଛି ଗତ କାଲି ବିଏମସି ଆଡିସନାଲ କମିଶନରଙ୍କୁ ଆତ୍ତତାୟୀ ଭାବେ ବିଜେପି କାଉନସିଲର ଓ 7,8 ଜଣ କାର୍ଯ୍ୟକର୍ତ୍ତା
ଓଏଏସ ଅଫିସରଙ୍କୁ ମାଡ     ଘଟଣାରେ ସାମିଲ ଥିବା ସମସ୍ତଙ୍କୁ ଗିରଫ କରାଯାଉ- କଂଗ୍ରେସ


ଭୁବନେଶ୍ୱର, 1 ଜୁଲାଇ (ହି.ସ.)

- ବିଏମସି

ଅଫିସରରେ ଓଏଏସ ଅଫିସରଙ୍କୁ ମାଡ ପ୍ରସଙ୍ଗକୁ ନେଇ ବର୍ଷିଲା କଂଗ୍ରେସ । ଏକ ପ୍ରେସମିଟରେ

କଂଗ୍ରେସ ପକ୍ଷରୁ କୁହାଯାଇଛି ଗତ କାଲି ବିଏମସି ଆଡିସନାଲ

କମିଶନରଙ୍କୁ ଆତ୍ତତାୟୀ ଭାବେ ବିଜେପି କାଉନସିଲର ଓ 7,8 ଜଣ କାର୍ଯ୍ୟକର୍ତ୍ତା ମାଡ ମାରି କ୍ଷତ

ବିକ୍ଷତ କରିଛନ୍ତି । ଲୋକଙ୍କ ପାଇଁ କାମ କରୁଥିବା ସରକାରୀ ଅଧିକାରୀଙ୍କୁ ଅପମାନ ଦିଆଗଲା। ଏହା

ପୂର୍ବରୁ ଇଞ୍ଜିନିରିଙ୍ଗ୍ ଅଫିସର ମାନଙ୍କୁ ମଧ୍ୟ ମାଡ ମରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ, ବ୍ଳକ ଓ ଜିଲ୍ଲା ସଭାପତି

ମାନେ ସଭାରେ ବସିଛନ୍ତି। ଏ ଟ୍ରେଣ୍ଡ ବିଜେପି ଆରମ୍ଭ କରିଛି। ସରକାରୀ ବାବୁ ଠିକରେ କାର୍ଯ୍ୟ

କରିପାରୁଛନ୍ତି କି କଂଗ୍ରେସ ପ୍ରଶ୍ନ କରିଛି। ଜଣେ ଅଫିସର କୁ ଯେଉଁ ବ୍ୟବହାର କରଯାଇଛି ଏହା

ଦ୍ୱାରା ଆଇଏଏସ ଓ ଓଏଏସଓ ସମସ୍ତ ଅଧିକାରୀଙ୍କୁ ଅପମାନ ଦିଆଯାଇଛି।

ସାମିଲ ଥିବା ସମସ୍ତଙ୍କୁ

ଗିରଫ କରାଯାଉ। ଯାହାଙ୍କ ପାଇଁ ଘଟଣା ଘଟିଛି ସେ ଏମଏଲଏ ପ୍ରରଥିଙ୍କୁ ଗିରଫ କରାଯାଉ। ଆଇ ସବୁ

ସରକାରୀ ଅଧିକାରୀଙ୍କୁ କ୍ଷମା ମଗାଯାଉ। ମୁଖ୍ୟମନ୍ତ୍ରୀ ସର୍କୁଲାର ଜାରି କରନ୍ତୁ ଯେ ଜନଶୁଣାଣୀ

କୁ କିଏ ଯାଇ ପାରିବ। ତ୍ରୁଟିପୂର୍ଣ୍ଣ ଶାସନ ବ୍ୟବସ୍ଥାକୁ ସୁଧରାନ୍ତୁ।

ଆଡିସନାଲ ପୋଲିସ୍ କମିଶନର

କଂଗ୍ରେସ୍ କର୍ମୀଙ୍କୁ ମାଡ଼ ମାରି ଗୋଡ ଭାଙ୍ଗିବା କହିବା ଘଟଣାକୁ ନେଇ ମଧ୍ୟ କଂଗ୍ରେସ ବର୍ଷିଛି

। କଂଗ୍ରେସର ଯୁବ, ଛାତ୍ର ମାନେ ଶାନ୍ତି ପୂର୍ଣ୍ଣ ଭାବେ ଆନ୍ଦୋଳନ କଲେ। ଜଣେ ଆଇପିଏସ ଅଫିସର କହୁଛନ୍ତି ଆସିଲେ

ଗୋଡ ଭାଗିଦିଅ। ଅଫିସର ବିଜେପି ପାଇଁ ଚାମଚା ଗିରି କରୁଛନ୍ତି । ଖାକି ଛାଡି ସେ ଅଫିସର

ବିଜେପିରେ ଯୋଗ ଦିଅନ୍ତୁ। ଅଫିସର୍ ଯେଉଁ ଗୁଣ୍ଡା ଗର୍ଦିକୁ ଆପଣେଇଛନ୍ତି ତାଙ୍କ ଉପରେ

କାର୍ଯ୍ୟନୁଷ୍ଠାନ ନିଆଯାଉ। ଯଥା ଶୀଘ୍ର ସେ ଆଇପିଏସ ଅଫିସରଙ୍କୁ ସସପେଣ୍ଡ କରାଯାଉ ଆଉ ତାଙ୍କ

ବର୍ଦି ଓହ୍ଲେଇ ଦିଆଯାଉ। ପୋଲିସ ଆଇନର ପାଳନ କର୍ତ୍ତା ହେଇଥିବା ବେଳେ ଏ ବ୍ୟବାହରକୁ ସରକାର

କେମିତି ବରଦାସ୍ତ କରୁଛନ୍ତି ତାହା ଭାବିବା ଜନ ସାଧାରଣଙ୍କ ପାଖେ କଷ୍ଟ।

ରଥ ଯାତ୍ରାରେ ଆଦାନୀ ପାଇଁ ଭିଭିଆଇପି ବ୍ୟବସ୍ଥା ଦୁର୍ଘଟଣାର କାରଣ । ରଥ ଯାତ୍ରାରେ ସମସ୍ତ ଅଧିକାରୀ ମାନେ

ଉପସ୍ଥିତ ରହି ସବୁ ମିଟିଂ ହେଇଥିଲା। ମନ୍ତ୍ରୀ ସ୍ତରୀୟ ବୈଠକ ବି ହେଇଥିଲେ। କିନ୍ତୁ ବିଜେପିର

1500 କାର୍ଯ୍ୟକର୍ତ୍ତା ମାନେ ଶୃଙ୍ଖଳା ରକ୍ଷା କରିବେ ଏ କଥା ସରକାର କହିନଥିଲେ। କାହିଁକି 1500

କାର୍ଯ୍ୟକର୍ତ୍ତା ବିଜେପି ଡ୍ରେସ୍ ପିନ୍ଧି ଧସ୍ତାଧସ୍ତୀ କରି ଆମ୍ବୁଲାନ୍ସ କର୍ଡନ କଲେ। ଏହି

ଧସ୍ତାଧସ୍ତୀରେ କେତେ ଲୋକ ତଳେ ପଡିଛନ୍ତି।

ଆଦାନୀ ଭାଗବାନ ଆସିଲେ ତାଙ୍କ

ପାଇଁ କେଉଁ ପ୍ରସ୍ତୁତି କରିଛନ୍ତି ତାଙ୍କ ପାଇଁ ଯେଉଁ ବ୍ୟବସ୍ଥା କରିଛନ୍ତି ସେ କଥା ସରକାର ଜନ

ସାଧାରଣ ଲୋକଙ୍କୁ ଜନେଇଲେ ନାହିଁ। ସ୍ପେସାଲ ହୋଟେଲ, ପୋଲିସ୍ ଫୋର୍ସ ଆଉ ବ୍ୟବସ୍ଥା ଲୁଚେଇଲେ ଆଉ ଏ କଥା କାହାକୁ ଜଣାଇଲେ

ନାହିଁ। ତାଙ୍କ ପାଇଁ ଯେଉଁ ବ୍ୟବସ୍ଥା ହେଲା ତାହା ମୁଖ୍ୟମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଠୁ ବି

ବଡ। ସରକାରୀ ଅଧିକାରିଙ୍କ ଧ୍ୟାନ ଆଦାନୀ ଆଡ଼କୁ ହଟିଲା ଏଇଥି ପାଇଁ ବ୍ୟବସ୍ଥା ନହେଲେ

ମୁଖ୍ୟମନ୍ତ୍ରୀଙ୍କ ଚାକିରୀ ପଳେଇ ଯାଇଥାନ୍ତା। ଯାହା ପାଇଁ ରଥଯାତ୍ରା ସମୟରେ ଅଘଟଣ ଘଟିଲା। ଏତେ

ଭିଡ଼ରେ କାହିଁକି ଆସିଲେ ଜଗନ୍ନାଥଙ୍କୁ ଅପମାନ କଲେ। ଆମ ସଂସ୍କୃତି ଆଉ ପରମ୍ପରାକୁ ଅପମାନ

କରାଗଲା। 25 ଲକ୍ଷ୍ୟ ଦେଇ କି କ୍ଷମା ମାଗିଲେ କଣ ହେବ । ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ଆମ୍

ଟିମ୍ ଯାଇଥିଲେ। କଂଗ୍ରେସ୍ ପକ୍ଷରୁ ଏହି ଦାବି କରାଯାଉଛି ଯେ ଜଣେ ସିଟିଂ ଜଜ୍ ଦ୍ୱାରା ତଦନ୍ତ

କରାଯାଉଛି। ମୁଖ୍ୟମନ୍ତ୍ର, ଉପ ମୁଖ୍ୟମନ୍ତ୍ରୀ, ଆଦାନୀ ଓ ମନ୍ତ୍ରୀ ମାନଙ୍କ ଭୁଲକୁ କିଏ ସାମ୍ନାକୁ ଆଣିବ ବୋଲି ପ୍ରଶ୍ନ କରିଛି କଂଗ୍ରେସ୍।

ସାମ୍ୱାଦିକ ସମ୍ମିଳନୀରେ

ପିସିସି ସଭାପତି ଭକ୍ତ ଦାସ, ରାଜ୍ୟ ଉପସଭାପତି ତଥା ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା , ଜିଲ୍ଲା ସଭାପିତି ଓ

କଂଗ୍ରେସ୍ ମୁଖ୍ୟପାତ୍ର ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande