ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଜଳ ସଂପଦ ବିଭାଗୀୟ କାର୍ଯ୍ୟ ସମୀକ୍ଷା
ଭୁବନେଶ୍ୱର, 13 ଜୁଲାଇ (ହି.ସ.) ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଜଳ ସଂପଦ ବିଭାଗରେଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉନ୍ନୟନ କମିଶନର ଜଳ ସଂପଦ ବିଭାଗରବିଭିନ୍ନ କାର୍ଯ୍ୟ ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ବୈଠକରେପ୍ରସ୍
ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ   ଜଳ ସଂପଦ ବିଭାଗୀୟ କାର୍ଯ୍ୟ ସମୀକ୍ଷା


ଭୁବନେଶ୍ୱର, 13 ଜୁଲାଇ (ହି.ସ.) ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଜଳ ସଂପଦ ବିଭାଗରେଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉନ୍ନୟନ କମିଶନର ଜଳ ସଂପଦ ବିଭାଗରବିଭିନ୍ନ କାର୍ଯ୍ୟ ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ବୈଠକରେପ୍ରସ୍ତାବିତ ନୂଆ ରାଜ୍ୟ ଜଳ ନୀତିରେ ରହିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଓ ପଦକ୍ଷେପ ସଂପର୍କରେ ଆଲୋଚନା କରାଯାଇଥିଲା । ଏଥି ସହିତ ଆନ୍ତଃରାଜ୍ୟ ଜଳ ସଂଯୋଗୀକରଣ, ବିଭାଗୀୟ ବିଭିନ୍ନ କାର୍ଯ୍ୟ ଓ ପ୍ରକଳ୍ପ କାର୍ଯ୍ୟକାରିତା ନେଇ ରହୁଥିବା ସମସ୍ୟା ଓ ସମାଧାନ ଆଦି ସଂପର୍କରେ ଉନ୍ନୟନ କମିଶନର ଆଲୋଚନା କରି ବିଭିନ୍ନ ପରାମର୍ଶ ଓ ନିର୍ଦ୍ଦେଶ ଦେଇଥିଲେ । ଅନୁଷ୍ଠିତ ବୈଠକରେ ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ସର୍ବୋଚ୍ଚ ଯନ୍ତ୍ରୀ (ଯୋଜନା ଓ ପରିକଳ୍ପନା), ସର୍ବୋଚ୍ଚ ଯନ୍ତ୍ରୀ, (ପ୍ରୋକ୍ୟୁରମେଣ୍ଟ), ଓଡିଶା ଉଠା ଜଳ ସେଚନ ନିଗମର ପରିଚାଳନା ନିର୍ଦ୍ଦେଶକ ଏବଂ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande