ଇମ୍ଫାଲ, 13 ଜୁଲାଇ (ହି.ସ.)- ମଣିପୁରର ବିଭିନ୍ନ ଜିଲ୍ଲାରେ ସୁରକ୍ଷା ବଳ ପକ୍ଷରୁ ବ୍ୟାପକ ଅଭିଯାନ ଚଳାଯାଉଛି।
ଏହି ଅଭିଯାନ ସମୟରେ ୧୧ ଓ ୧୨ ଜୁଲାଇ ତାରିଖରେ ଇମ୍ଫାଲ୍ ପୂର୍ବ, ଥୌବାଲ୍ ଓ ବିଷ୍ଣୁପୁର ଜିଲ୍ଲାରେ ଚାଲାଯିଥିବା ତ୍ୱରିତ ଓ ଗୁପ୍ତଚର
ତଥ୍ୟ ଆଧାରିତ କାର୍ଯ୍ୟଚାଳନାରେ ସୁରକ୍ଷା ବଳ ନିଷିଦ୍ଧ ଉଗ୍ରବାଦୀ ସଂଗଠନ ସହିତ ସଂପୃକ୍ତ ୫ ଜଣ
ଉଗ୍ରବାଦୀଙ୍କୁ ଗିରଫ କରିଛନ୍ତି।
ମଣିପୁର ପୋଲିସ ମୁଖପାତ୍ର ରବିବାର ଜଣାଇଛନ୍ତି ଯେ, ଇମ୍ଫାଲ୍ ପୂର୍ବ ଜିଲ୍ଲାର ଥୌବାଲ୍ ଡ୍ୟାମ୍ ପୋଲିସ୍ ଷ୍ଟେସନ୍ର ଅଧୀନରେ ଥିବା ଲାଇଖୋଙ୍ଗ
ଗ୍ରାମରୁ କାଙ୍ଗଲେଇ ୟାବୋଲ୍ କନ୍ନା ଲୁପ୍ ସଂଗଠନର ଦୁଇ ଜଣ ଉଗ୍ରବାଦୀଙ୍କୁ ଗିରଫ କରାଯାଇଛି।
ଅଭିଯୁକ୍ତମାନଙ୍କ ପରିଚୟ ହେଉଛି— ଇଥମ୍ ମମାଙ୍ଗ ଲେଇକାଇର ବାସିନ୍ଦା ସଗୋଲଶେମ୍ ଲଲିତ ମୈତେଇ ଓ ଇଥମ୍ ୱାଙ୍ଗମା ଲେଇକାଇର
ବାସିନ୍ଦା ଅହୋଙ୍ଗଶାଙ୍ଗବାମ୍ ତୋମ୍ବା ସିଂହ।
ସେହି ଜିଲ୍ଲାରେ ଅନ୍ୟ ଏକ ରେଡରେ
ସୁରକ୍ଷା ବଳ ଖୁମୁକଚମ୍ ଅବୋସନା ସିଂହ (୨୪) କୁ ଗିରଫ କରିଛନ୍ତି,
ଯିଏ କାଙ୍ଗଲେଇପାକ କମ୍ୟୁନିଷ୍ଟ ପାର୍ଟିସହିତ ସଂପୃକ୍ତ। ସେ ଇମ୍ଫାଲ୍ ପୂର୍ବ ଜିଲ୍ଲାର
ପୋରୋମ୍ପଟ୍ ପୋଲିସ୍ ଷ୍ଟେସନ୍ ଅଧୀନରେ ଥିବା କୋଙ୍ଗପାଲ୍ ଚିଙ୍ଗଙ୍ଗବାମ୍ ଲେଇକାଇ ସ୍ଥିତ ତାଙ୍କ
ଘରୁ ଗିରଫ ହୋଇଛନ୍ତି।
ଏହି ମଧ୍ୟରେ,
ଥୌବାଲ୍ ଜିଲ୍ଲାରେ ରିଭଲ୍ୟୁସନେରୀ ପିପୁଲ୍ସ୍ ଫ୍ରଣ୍ଟ/ପିପୁଲ୍ସ୍
ଲିବେରେସନ୍ ଆର୍ମିର ଜଣେ ପ୍ରମୁଖ କାର୍ଯ୍ୟକର୍ତ୍ତା — ମୀସନମ୍ ମଙ୍ଗଲମଙ୍ଗନବା ମୈତେଇ ଅର୍ଫ ଚୁମ୍ଥାଙ୍ଗଖାନବା କିମ୍ବା ନାଓତୋମ୍ବା (୨୭) —କୁ ଭାଙ୍ଗଜିଂ ବଜାରରୁ ଗିରଫ କରାଯାଇଛି। ତାଙ୍କ ଉପରେ ଥୌବାଲ୍ ଓ
ବିଷ୍ଣୁପୁର ଅଞ୍ଚଳରେ ନୂଆ ସଦସ୍ୟମାନେକୁ ଭର୍ତ୍ତି କରିବା, ଜବରଦସ୍ତି ଟଙ୍କା ଆଦାୟ କରିବା ଓ ଧନ ଉଗାହି ବାବଦରେ ଅଭିଯୋଗ ଅଛି। ତାଙ୍କଠାରୁ ଗୋଟିଏ
ପରିଚୟ ପତ୍ର, ଏକ ମୋବାଇଲ୍ ଫୋନ୍
ଓ ଏକ ଟଙ୍କା ଥିବା ବ୍ୟାଗ୍ ସହିତ ଅନେକ ବ୍ୟକ୍ତିଗତ ଡକ୍ୟୁମେଣ୍ଟ ଓ ସାମଗ୍ରୀ ଜବତ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା