ନୂଆଦିଲ୍ଲୀ, 13 ଜୁଲାଇ (ହି.ସ.)- ରାଷ୍ଟ୍ରପତି
ଦ୍ରୌପଦୀ ମୁର୍ମୁ ରାଜ୍ୟସଭା ପାଇଁ ଚାରିଜଣ ନୂଆ ସଦସ୍ୟ — ଉଜ୍ଜ୍ୱଳ ଦେବରାଓ ନିକମ୍,
ସି. ସଦାନନ୍ଦନ୍ ମାଷ୍ଟେ,
ହର୍ଷବର୍ଧନ ଶ୍ରିଙ୍ଗଲା ଏବଂ ମୀନାକ୍ଷୀ ଜୈନଙ୍କୁ
ନିଯୁକ୍ତ କରିଛନ୍ତି।
ଗୃହ ମନ୍ତ୍ରାଳୟ ଦ୍ୱାରା ଜାରି ଏକ ଅଧିସୂଚନା ଅନୁଯାୟୀ,
ଭାରତୀୟ ସଂବିଧାନର ଅନୁଚ୍ଛେଦ 80ର ଉପଧାରା (1) ର
ଉପଖଣ୍ଡ (କ) ଦ୍ୱାରା ପ୍ରଦତ୍ତ
ଶକ୍ତି ବ୍ୟବହାର କରି ଓ ଉକ୍ତ ଅନୁଚ୍ଛେଦର ଉପଧାରା (3) ସହ ପଠିତ ହୋଇ, ରାଷ୍ଟ୍ରପତି ନାମିତ
ସଦସ୍ୟମାନଙ୍କର ସେବାନିବୃତ୍ତି ହେବାରୁ ସୃଷ୍ଟି ହୋଇଥିବା ଖାଲି ସ୍ଥାନରେ ଉଜ୍ଜ୍ୱଳ ଦେବରାଓ ନିକମ୍,
ସି. ସଦାନନ୍ଦନ୍ ମାଷ୍ଟର୍,
ହର୍ଷବର୍ଧନ ଶ୍ରିଙ୍ଗଲା ଏବଂ ଡ଼ା. ମୀନାକ୍ଷୀ ଜୈନଙ୍କୁ
ରାଜ୍ୟସଭାରେ ନାମିତ କରିଛନ୍ତି।
ନାମିତ ସଦସ୍ୟମାନଙ୍କ ମଧ୍ୟରେ
ଉଜ୍ଜ୍ୱଳ ଦେବରାଓ ନିକମ୍
ଜଣେ ଜଣାଶୁଣା ଅଧିବକ୍ତା, ଯିଏ ମୁମ୍ବାଇ
ଆତଙ୍କବାଦୀ ଆକ୍ରମଣରେ ଜୀବିତ ଧରା ପଡ଼ିଥିବା ପାକିସ୍ତାନୀ ଆତଙ୍କବାଦୀ ଅଜମଲ କସାବକୁ ଫାସି
ପର୍ଯ୍ୟନ୍ତ ନେବାରେ ମୁଖ୍ୟ ଭୂମିକା ନିଭାଇଥିଲେ।
ସି. ସଦାନନ୍ଦନ୍ ମାଷ୍ଟର୍
କେରଳର ବରିଷ୍ଠ ସାମାଜିକ କର୍ମୀ ଏବଂ ଶିକ୍ଷାବିଦ୍। ହର୍ଷବର୍ଧନ ଶ୍ରିଙ୍ଗଲା ଭାରତର ପୂର୍ବତନ
ବିଦେଶ ସଚିବ। ମୀନାକ୍ଷୀ ଜୈନ୍ ଜଣେ ପ୍ରସିଦ୍ଧ ଇତିହାସବିଦ୍ ଓ ଶିକ୍ଷାବିଦ୍। ଏହି
ନାମାଙ୍କନଗୁଡ଼ିକ ପୂର୍ବରୁ ନାମିତ ହୋଇଥିବା ସଦସ୍ୟମାନଙ୍କ ସେବାନିବୃତ୍ତି ପରେ ଖାଲି ହୋଇଥିବା
ଆସନଗୁଡ଼ିକୁ ଧ୍ୟାନରେ ରଖି କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା