ଚେନ୍ନାଇ, 13 ଜୁଲାଇ (ହି.ସ.)- ତମିଲନାଡୁର ତିରୁଭଲ୍ଲୁର
ନିକଟରେ ରବିବାର ସକାଳେ ଏକ ମାଲବାହୀ ଟ୍ରେନ୍ରେ ଭୟାମୟ ନିଆଁ ଲାଗିଛି,
ଯାହାକୁ ଅଗ୍ନିଶମ କର୍ମଚାରୀମାନଙ୍କ ବ୍ୟାପକ ପ୍ରୟାସ
ପରେ ପ୍ରାୟ ଦୁଇ ଘଣ୍ଟା ପରେ ନିୟନ୍ତ୍ରଣ କରିଛନ୍ତି। ଏହି ଦୁଘଟଣା କାରଣରୁ ଚେନ୍ନାଇ-ଅରକ୍କୋଣମ୍
ରେଳମାର୍ଗରେ ସମସ୍ତ ସେବା ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ବିପଦକୁ ଦେଖି ଆଖପାଖର ଲୋକମାନଙ୍କୁ
ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଘଟଣାରେ କୌଣସି ଜନହାନି ହୋଇନାହିଁ। ନିଆଁ ତିରୁଭାଲ୍ଲୁର-ଏଗଟ୍ଟୁର୍
ଖଣ୍ଡରେ ଘଟିଥିଲା, ଯାହା ଚେନ୍ନାଇ
ସେଣ୍ଟ୍ରାଲ୍ରୁ ୪୩ କି.ମି. ଦୂରରେ ଅବସ୍ଥିତ।
ରେଲୱେର ଅଧିକାରିକଙ୍କ ସୂତ୍ର
ଅନୁସାରେ, ଭୋର ପ୍ରାୟ ସାଢ଼େ
ଚାରିଟା ବେଳେ ଏକ ମାଲବାହୀ ଟ୍ରେନ୍ରେ ହଠାତ୍ ନିଆଁ ଲାଗିଯାଇଥିଲା,
ଯାହା ଦ୍ରୁତ ଗତିରେ ପାଞ୍ଚଟି ୱାଗନ୍ ଯାଏଁ ବ୍ୟାପିଯାଇଥିଲା।
ଏହି ମାଲଗାଡ଼ି ଏନନୋର୍ରୁ 45-52 ଡିଜେଲ୍ ଟ୍ୟାଙ୍କର ନେଇ ଯାଉଥିଲା। ଅଗ୍ନିଶମ ବିଭାଗ ଓ ଜାତୀୟ
ବିପଦ ପ୍ରତିକ୍ରିୟା ବଳର ଦୁଇଟି ଟିମ୍ ଦୁଇ ଘଣ୍ଟା ମଧ୍ୟରେ ନିଆଁକୁ ନିୟନ୍ତ୍ରଣ କରିଛନ୍ତି ।
କ୍ଷତିଗ୍ରସ୍ତ ୱାଗନଗୁଡ଼ିକୁ ହଟାଇବା ଓ ରେଳପଥ ମରାମତି କାର୍ଯ୍ୟ ଆରମ୍ଭ ହୋଇଯାଇଛି।
ତିରୁଭାଲ୍ଲୁର ପୋଲିସ୍ ଅଞ୍ଚଳକୁ
ସୁରକ୍ଷିତ କରିଥିଲେ ଓ ବିଷାକ୍ତ ଧୂଆଁ କାରଣରୁ ଆଖପାଖର ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା।
ସକାଳ 10:37 ରେ ନିଆଁକୁ ପୂର୍ଣ୍ଣ ଭାବରେ ନିୟନ୍ତ୍ରଣ କରାଯାଇଥିଲା,
କିନ୍ତୁ ରେଳ ସେବା ଚଳାଚଳ ହୋଇନାହିଁ । ଦକ୍ଷିଣ ରେଳୱେ ଯାତ୍ରୀମାନଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର (044-25354151, 044-24354995) ଜାରି କରିଛି।
ଅଗ୍ନିକାଣ୍ଡରେ ପାଞ୍ଚଟି ୱାଗନ୍
ଭୟାବହ ଭାବେ କ୍ଷତିଗ୍ରସ୍ତ ହୋଇଛି। ଚେନ୍ନାଇ-ଅରକ୍କୋଣମ୍ ମାର୍ଗରେ ବିଦ୍ୟୁତ୍ ଯୋଗାଣ ବନ୍ଦ
କରାଯିବା ଫଳରେ ସମସ୍ତ ଉପନଗର ଟ୍ରେନ୍ ଚାଳନା ବନ୍ଦ ହୋଇଯାଇଛି। ବନ୍ଦେ ଭାରତ ଏକ୍ସପ୍ରେସ୍
(20607), ଶତାବ୍ଦୀ
ଏକ୍ସପ୍ରେସ୍ (12007) ସହିତ ମୋଟ 8ଟି ଏକ୍ସପ୍ରେସ୍ ଟ୍ରେନ୍ ବାତିଲ୍ କରାଯାଇଛି। ଅନ୍ୟ 8ଟି
ଟ୍ରେନ୍କୁ ତିରୁଭାଲ୍ଲୁର କିମ୍ବା ଅରକ୍କୋଣମ୍-କଟ୍ପାଡି ମଧ୍ୟରେ ରୋକାଯାଇଛି। 5ଟି ଟ୍ରେନ୍କୁ
ଗୁଡୂର୍ ମାର୍ଗ ଦ୍ୱାରା ପଠାଯାଇଛି।
ଦକ୍ଷିଣ ରେଳୱେ ଏହି ନିଆଁ
ଲାଗିବାର କାରଣ ଉପରେ ତଦନ୍ତ ଆରମ୍ଭ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା