୪ ତମ ସୋନପୁର ଜିଲ୍ଲା ସ୍ତରୀୟ ସନ୍ତରଣ ପ୍ରତିଯୋଗିତା
ସୁବର୍ଣ୍ଣପୁର, ୧୪ ଜୁଲାଇ (ହି.ସ.)- ୪ ତମ ଜିଲ୍ଲା ସ୍ତରୀୟ ସନ୍ତରଣ ପ୍ରତିଯୋଗିତା -୨୦୨୫ ରାମେଶ୍ବର ଷ୍ଟାଡିୟମ୍ ପରିସରରେ ଥିବା ବିଜୁ ପଟ୍ଟନାୟକ ସନ୍ତରଣଗାର ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ସନ୍ତରଣକରୀ ମାନେ ଉଭୟ ଜୁନିଅର ଓ ସବ ଜୁନିଅର ବିଭାଗ ନିମନ୍ତେ ଆଗାମୀ ରାଜ୍ୟରେ ହେବାକୁ ଥିବା
୪ ତମ ସୋନପୁର ଜିଲ୍ଲା ସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ


ସୁବର୍ଣ୍ଣପୁର, ୧୪ ଜୁଲାଇ (ହି.ସ.)-

୪ ତମ ଜିଲ୍ଲା ସ୍ତରୀୟ ସନ୍ତରଣ

ପ୍ରତିଯୋଗିତା -୨୦୨୫ ରାମେଶ୍ବର ଷ୍ଟାଡିୟମ୍ ପରିସରରେ ଥିବା ବିଜୁ ପଟ୍ଟନାୟକ ସନ୍ତରଣଗାର ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ସନ୍ତରଣକରୀ ମାନେ ଉଭୟ ଜୁନିଅର ଓ ସବ ଜୁନିଅର ବିଭାଗ ନିମନ୍ତେ ଆଗାମୀ ରାଜ୍ୟରେ ହେବାକୁ ଥିବା ସନ୍ତରଣ ପ୍ରତିଯୋଗିତା ପାଇଁ ଅଂଶ ଗ୍ରହଣ କରିଥିଲେ। ପ୍ରତିଯୋଗିତା ରେ ୧୦୫ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ୭୦ ଜଣ ପୁଅ ଓ ୩୫ ଜଣ ଝିଅ ଅଂଶ ଗ୍ରହଣ କରିଥିଲା ବେଳେ ଶେଷରେ କୁନି କୁନି ସନ୍ତରଣକାରୀ ମାନଙ୍କୁ ପୁରସ୍କୃତ କରି ଉତ୍ସାହିତ କରାଯାଇଥିଲା।

ଏହି ପ୍ରତିଯୋଗିତାକୁ ଜିଲ୍ଲା ସନ୍ତରଣ ସଂଘ ସଭାପତି ଜୟନାରାୟଣ ମେଣ୍ଡିଲୀଙ୍କ ଉପସ୍ଥିତିରେ ଏବଂ ସନ୍ତରଣଗାରର ମୁଖ୍ୟ କୋଚ ସଞ୍ଜୟ କୁମାର ପାଣ୍ଡେ ସହକୋଚ ନିମାଇଁ ଚରଣ ବାଘ, ଦିଗାମ୍ବର ଶତପଥୀ, ବିଦ୍ୟାଧର ମିଶ୍ର, ବିଶ୍ଵ ରଞ୍ଜନ ଦଳାଇ, ପ୍ରକାଶ ମେହେର, ମନୋରଞ୍ଜନ ମିଶ୍ର, ଭକ୍ତି ରଞ୍ଜନ ଦଳାଇ, ସ୍ୱର୍ଣ୍ଣପ୍ରଭା ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande