ଭୁବନେଶ୍ୱର, ୧୪ ଜୁଲାଇ (ହି.ସ.)- ଆଜିର ସ୍ଥିତି ଅନୁସାରେ, ବିଭିନ୍ନ ନଦୀର ଜଳ ସ୍ତର ସତର୍କ ଲେବୁଲରୁ କମ ଅଛି। ଦେଖିବାକୁ ପଡିବ ଲଘୁଚାପରେ କେତେ ବର୍ଷା ହେଉଛି ଓ ଜଳ ପ୍ରବେଶ ଓ ନିଷ୍କାସନ ସ୍ଥିତି ଦେଖିବାକୁ ପଡିବ। ସୁବର୍ଣ୍ଣରେଖାରେ ଯେଉଁ ବର୍ଷା ହେବ, ତାହା ଝାଡ଼ଖଣ୍ଡର ଚାନ୍ଦିଲି ଡ୍ୟାମର ନିଷ୍କାସନକୁ ନେଇ ଆକଳନ କରିବାକୁ ହେବ। ଏହା କେନ୍ଦୁଝର, ବାଲେଶ୍ୱର ଓ ମୟୁରଭଞ୍ଜର ବର୍ଷା ସ୍ଥିତିକୁ ଦେଖି ହିସାବକୁ ନିଆଯିବ।ହୀରାକୁଦରେ ଜଳ ପ୍ରବେଶ କମିବାରୁ ଦୁଇଟି ଗେଟ ଖୋଲା ଅଛି। ଆଗାମୀ ଦିନରେ ବର୍ଷାକୁ ଦେଖି ଯାହା ନିଷ୍ପତି ନିଆଯିବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା