ରାଉରକେଲା, ୧୪ ଜୁଲାଇ (ହି.ସ.)- ରାଉରକେଲା ସହରକୁ
ଲାଗି ରହିଥିବା ବେଦବ୍ୟାସ ଠାରେ ଥିବା ଜେପି ଡାକ୍ତରଖାନାର ପରିଚାଳନା ନିର୍ଦ୍ଦେଶକ
ଚନ୍ଦନ ବଂସଲ ସେହି ଡାକ୍ତରଖାନାରେ କାମ କରୁଥିବା ଜଣେ ବିବାହିତା ମହିଳା କର୍ମଚାରୀଙ୍କୁ ବିଭିନ୍ନ ସମୟରେ ଏକାକୀ ପାଇ ତାଙ୍କ ସହ ଶାରୀରିକ ସଂପର୍କ
ରଖିବାକୁ କହିବା ଏଭଳି କଲେ ପଦୋନ୍ନତି ହେବ ଦରମା ବଢିବ ଭଳି କଥା କହିବା, ଏଥିରେ ମହିଳା ଜଣକ ରାଜି ନହେଲେ ତାଙ୍କ ଚାକିରୀ ନେଇଜିବାର ଭୟ ଦେଖାଇବା, ପରେ
ମହିଳା ଜଣକ କିଛି ନଶୁଣିବାରୁ ତାଙ୍କୁ ମାଡ ମାରିବା , ତଳେ ପକାଇ ମାରିବା ତାଙ୍କ ଶରୀରକୁ ଭିନ୍ନ ଆକାରରେ ଧରିବା ଭଳି ଉଦ୍ୟମ କରିବା ଭଳି ସାଂଘାତିକ ଅଭିଯୋଗ ମହିଳା ଜଣକ ଆଣିବା ସହ ରାଉରକେଲା ଉଦିତନଗର
ଥାନା ରେ ଏତଲା ଦେବା
ପରେ ପୁଲିସି କେବଳ ମାଡ ମାରିବା , ଖରାପ ଭାଷାରେ ଗାଳିଦେବା ଅସମ୍ମାନିତ କରିବା ଓ ଧରିକି ଠେଲି
ଦେବା ଅଭିଯୋଗ ଉପରେତିନୋଟି
ଦଫା ଲଗାଇ ଏତଲା କରିଥିବା ବେଳେ ଶାରୀରିକ ସଂପର୍କ ଲାଗି ବାରମ୍ବାର ଚେଷ୍ଟା କରିବା , ସେ ସଂପର୍କ ରଖିଲେ
ପଦୋନ୍ନତି ହେବ ଓ ଦରମା ବଢିବ
ଭଳି କଥା କହିଥିବା ଅଭିଯୋଗ କୁ ନେଇ ପୁଲସି
କୌଣସି ଦଫା ନଲଗାଇ ପୁରା ନିରବ ରହିଛି । ଏହି ଘଟଣାକୁ
୧୦ ଦିନ ବିତିଯାଇଥିଲେ ବି ମହିଳା ଜଣକ
ବାରମ୍ବାର ଥାନାକୁ ଫୋନ କରି ଥାନାକୁ ଦଉଡି କଣ ତାଙ୍କ ମାମଲାରେ
ହେଲା ଜାଣିବାକୁ ଚାହିଁଥିଲେ ବି ଆଜି ଯାଏ
ପୁଲିସି ତାଙ୍କୁ କୌଣସି ସୁଚନା ଦେଇ ପାରିନାହିଁ ।
ଘଟଣାରୁ ପ୍ରକାଶ
ଯେ, ଏହି ଡାକ୍ତରଖାନାରେ ବେଦବ୍ୟାସରେ ରହୁଥିବା ଜଣେ ମହିଳା ଦିର୍ଘ ବର୍ଷ ହେଲା କାମ କରୁଥିଲେ । ଡାକ୍ତର ବଂଶଲ
ମହିଳା ଜଣକୁ ବିଭିନ୍ନ ସମୟରେ ଏକା ଡାକି ଏହି ଭଳି ଶାରୀରିକ ସଂପର୍କ ରକ୍ଷା କରିବାକୁ କୁଆଡେ କହୁଥିଲେ , ବିଭିନ୍ନ ଚିଠି ଦେଇ ଧମକ ଦେବା ଭଳି କାମ କରୁଥିଲେ ,ହେଲେ ମହିଳା ଜଣକ ବିବାହିତା ତାଙ୍କର ପରିବାର ଅଛି ସେ ଏଭଳି କାରବାରକୁ
ପସନ୍ଦ କରନ୍ତିନି ବୋଲି କହିବାରୁ ତାଙ୍କୁ ମାଡ ମାରି ତଳେ ପକାଇ ଦେଇ ଉଦିତ ନଗର ରେ ଥିବା ଜେପି
ର ଅନ୍ୟ ଯାଗାକୁ ପଠାଇଦେଲେ ।ସେଠାରେ ପୁଣି ଏକା ପାଇ ସେହି ଭଳି ବ୍ୟବହାର କରିବାରୁ ମହିଳା ଜଣକ ଚାକିରୀ ରୁ ଇସ୍ଥପା ଦେଇ
ପୁରା ଘଟଣାକୁ ନେଇ ପୁଲିସି ପାଖକୁ ଗଲେ ।ଏତଲା ଦେଲେ ହେଲେ ଉଦିତ ନଗର ପୁଲିସି ଜ୍ୱାଇଁ ପୁଅ ଙ୍କୁ ଯେଉଁଭଳି ବ୍ୟବହାର କରାଯାଏ ସେହିଭଳି ମାତ୍ର ସାଧାରଣ ଅଭିଯୋଗ କୁ ନେଇ ମାମଲା
କରିଥିବା ବେଳେ ଶାରୀରିକ ସଂପର୍କ ରଖିବାକୁ ଚେଷ୍ଟା କରିବା ମାମଲାରେ କୌଣସି ଦଫା ଲଗାଇନଥିବା ଜଣା ପଡିଛି ।ଫଳରେ ଅଭିଯୁକ୍ତ ଡାକ୍ତର ବଂଶଲ ବାହାରେ ଆରାମରେ ବୁଲୁିଥିବା ବେଳେ ପିଡିତାର ପରିବାର ନିଜ ସୁରକ୍ଷା କୁ ନେଇ ଚିନ୍ତାରେ
ରହିଛନ୍ତି । ସେପଟେ ମହିଳା
ଜଣକ ପୁଲିସି ର କାରବାରକୁ ନେଇ
ପଶ୍ଚିମାଂଚଳ ଡିଆଇଜି ଙ୍କୁ ଦେଖା କରିଥିବା ବେଳେ କିଛି ସୋସିଆଲ ମିଡିଆରେ ନିଜର କଥା କହିଛନ୍ତି । ଆଜି ଥାନା
ସମ୍ମୁଖରେ ମହିଳା ଜଣକ କହିଛନ୍ତି ବାଲେଶ୍ୱରରେ ଛାତ୍ରୀ ଜଣକ ନ୍ୟାୟ ଲାଗି ଦଉଡି ଦଉଡି ବିଫଳ ହେବାରୁ ଯାହା କଲେ ସେ ଯଦି ଏହି
ମାମଲାରେ କିଛି ସଠିକ ନ୍ୟାୟ ନପାଆନ୍ତି ତେବେ ସେ ସେହି ଭଳି
ପଦକ୍ଷେପ ନେବାକୁ ବାଧ୍ୟ ହେବେ । ତାଙ୍କର ପରିବାର
ଅତିଛୋଟ , ଦୁଇଟି ପିଲା, ଶାରୀରିକ ଅସୁସ୍ଥ ରହିୁଥିବା ସ୍ୱାମୀ ଓ ଶାଶୁ ।
ଏହି ଘଟଣାକୁ ଏହା ଭିତରେ ୧୦ ଦିନ ବିତିଯାଇଥିଲେ
ବି ରାଉରକେଲାର ମହିଳା ଙ୍କ ସୁରକ୍ଷାକୁ ନେଇ କାମ କରୁଥିବା ସଂଗଠନ, ଖୋଦ ବିରୋଧୀ ଦଳ ବିଧାୟକ ସାରଦା
ନାୟକ, କଂଗ୍ରେସ ଦଳ ଖୋଦ ବିଜେପି
ଦଳ ସମସ୍ତେ ନିରବ । ଏମିତିକି ସହରରେ
ଥିବା ଆଗଧାଡିର କିଛି ମିଡିଆ ମଧ୍ୟ ଏନେଇ ନିରବ । ଏ ହେଉଛି ମହିଳାଙ୍କୁ ଆମ ରାଜ୍ୟରେ ଓ
ରାଉରକେଲାରେ ସମ୍ମାନ, ଯାହା ପାଖରେ ପଇସା ଅଛି ସେ ଗରୀବ ମହିଳାଙ୍କ ସହ ଏମିତି ଖେଳିବ
ଓ ଫୋପାଡି ଦେବ ଆଉ ସେ ମହିଳା
ଯଦି ମୁହଁ ଖୋଲିଲା ତେବେ ପୁଲିସ ବ୍ୟବସ୍ତା ତାକୁ ଏହି ଭଳି ସହାୟତା ଦେବ । ଯଦି ଏହେଉଛି
ନିରାଟ ସତ୍ୟ ତେବେ ମହିଳା ମାନଙ୍କ ସୁରକ୍ଷା କୁ ନେଇ ହାଲ୍ଲା
କରୁଥିବା ବାବୁ ମାନେ ନୁଜର ଜନ୍ମ ପଜିଂକାକୁ ପରିବର୍ତନ କରିଦେବା ଉଚିତ ବୋଲି ମତ ପ୍ରକାଶ ପାଇଛି
।
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ