ଲାଙ୍ଗୁଡି ସୁରକ୍ଷା ମଂଚ ପକ୍ଷରୁ ଅସହାୟ ପରିବାରଙ୍କୁ ସହାୟତା ପ୍ରଦାନ
ଧର୍ମଶାଳା,୧୪ ଜୁଲାଇ (ହି.ସ.)- ସମାଜର ଗରିବ ଓ ଅସହାୟ ଲୋକଙ୍କ ସେବା କରି ଆସୁଥିବା ଯାଜପୁର ଜିଲା ଧର୍ମଶାଳା ବ୍ଲକ ପାଟପୁରସ୍ଥିତ ଲାଙ୍ଗୁଡି ସୁରକ୍ଷା ମଂଚ ପକ୍ଷରୁ ଜଣେ ମେଧାବୀ ଛାତ୍ରୀଙ୍କୁ ଆର୍ଥୀକ ସହାୟତା ପ୍ରଦାନ କରାଯାଇଛି । ଏହି ବ୍ଲକ ଜାରକା ଜାମୁବଣିଆସ୍ଥିତ ସନାତନ ସାହୁଙ୍କର ପ୍ରାୟ ୨ ବର୍ଷ ତଳେ
ଲାଙ୍ଗୁଡି ସୁରକ୍ଷା ମଂଚ ପକ୍ଷରୁ ଅସହାୟ ପରିବାରଙ୍କୁ ସହାୟତା ପ୍ରଦାନ


ଧର୍ମଶାଳା,୧୪ ଜୁଲାଇ (ହି.ସ.)- ସମାଜର ଗରିବ ଓ ଅସହାୟ ଲୋକଙ୍କ ସେବା କରି ଆସୁଥିବା ଯାଜପୁର ଜିଲା ଧର୍ମଶାଳା ବ୍ଲକ ପାଟପୁରସ୍ଥିତ ଲାଙ୍ଗୁଡି ସୁରକ୍ଷା ମଂଚ ପକ୍ଷରୁ ଜଣେ ମେଧାବୀ ଛାତ୍ରୀଙ୍କୁ ଆର୍ଥୀକ ସହାୟତା ପ୍ରଦାନ କରାଯାଇଛି । ଏହି ବ୍ଲକ ଜାରକା ଜାମୁବଣିଆସ୍ଥିତ ସନାତନ ସାହୁଙ୍କର ପ୍ରାୟ ୨ ବର୍ଷ ତଳେ ବିଦ୍ୟୁତ୍ ଆଘାତରେ ଦେହାନ୍ତ ହୋଇଯାଇଥିଲା । ଆର୍ଥୀକ ଅଭାବରୁ ତାଙ୍କର ଝିଅ ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ଉଚ୍ଚ ଶିକ୍ଷାରୁ ବଂଚିତ ହୋଇଥିଲେ । ଏହି କ୍ରମରେ ଲାଙ୍ଗୁଡି ସୁରକ୍ଷା ମଂଚ ଟ୍ରଷ୍ଟର ସମ୍ପାଦକ ଆଲୋକ ଜେନାସାମାୟନ୍ତଙ୍କ ପରାମର୍ଶ କ୍ରମେ ମଂଚର ସମସ୍ତ ସଦସ୍ୟ ତାଙ୍କ ବାସଭବନରେ ପଂହଚି ପାଠ ପଢିବା ନିମନ୍ତେ ତାଙ୍କ ମା’ଙ୍କୁ ଆର୍ଥୀକ ସହାୟତା ପ୍ରଦାନ କରିଥିଲେ । ଏଥି ସହିତ ଭବିଷ୍ୟତରେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବା ପାଇଁ ପ୍ରିୟଙ୍କାର ପରିବାରକୁ ପ୍ରଶାନ୍ତ କୁମାର ପୃଷ୍ଟି,ସବ୍ୟସଚୀ ପଣ୍ଡା ଓ ଜୟନ୍ତ କୁମାର ସ୍ୱାଇଁ ପ୍ରମୁଖ ପ୍ରତିଶ୍ରୃତି ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande