ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗୋଟିଏ ସ୍ଥାନରେ ଅତି ଭୀଷଣ ବର୍ଷା,୧୭ ସ୍ଥାନରେ ଭୀଷଣ ବର୍ଷା : କେନ୍ଦୁଝର ଜିଲ୍ଲାର ତେଲକୋଇରେ ୧୨୪.୬ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ୱର, ୧୫ ଜୁଲାଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗୋଟିଏ ସ୍ଥାନରେ ଅତି ଭୀଷଣ ବର୍ଷା ହୋଇଥିବା ବେଳେ ୧୭ଟି ସ୍ଥାନରେ ଭୀଷଣ ବର୍ଷା ରେକର୍ଡ଼ ହୋଇଛି । କେନ୍ଦୁଝର ଜିଲ୍ଲାର ତେଲକୋଇରେ ସର୍ବାଧିକ ୧୨୪.୬ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରରେ ୧୦୮.୪
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗୋଟିଏ ସ୍ଥାନରେ ଅତି ଭୀଷଣ ବର୍ଷା,୧୭ ସ୍ଥାନରେ ଭୀଷଣ ବର୍ଷା : କେନ୍ଦୁଝର ଜିଲ୍ଲାର ତେଲକୋଇରେ ୧୨୪.୬ ମି.ମି. ବର୍ଷା ରେକର୍ଡ଼


ଭୁବନେଶ୍ୱର, ୧୫ ଜୁଲାଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗୋଟିଏ ସ୍ଥାନରେ ଅତି ଭୀଷଣ ବର୍ଷା ହୋଇଥିବା ବେଳେ ୧୭ଟି ସ୍ଥାନରେ ଭୀଷଣ ବର୍ଷା ରେକର୍ଡ଼ ହୋଇଛି । କେନ୍ଦୁଝର ଜିଲ୍ଲାର ତେଲକୋଇରେ ସର୍ବାଧିକ ୧୨୪.୬ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରରେ ୧୦୮.୪ ମି.ମି., ଦେବଗଡ଼ ଜିଲ୍ଲାର ରିଆମାଳରେ ୧୦୩.୬ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ବରଗାଁରେ ୧୦୧.୮ ମି.ମି., ଦେବଗଡ଼ ଜିଲ୍ଲାର ବାରକୋଟରେ ୯୩.୬ ମି.ମି., ସୁନ୍ଦରଗଡ଼ ଜିଲ୍ଲାର କୁତ୍ରାରେ ୯୩.୦ ମି.ମି., ଟେନସାରେ ୯୨.୮ ମି.ମି., କେନ୍ଦୁଝର ଜିଲ୍ଲାର ବାଂଶପାଳରେ ୮୮.୪ ମି.ମି., ସମ୍ବଲପୁର ଜିଲ୍ଲାର ବାଟଗାଁରେ ୮୫.୬ ମି.ମି., ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ୮୨.୨ ମି.ମି., ଅନୁଗୁଳ ଜିଲ୍ଲାର ଛେଣ୍ଡିପଦାରେ ୭୭.୦ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ମନ୍ଦିରା ଡ୍ୟାମ୍ ରେ ୭୬.୦ ମି.ମି. ଏବଂ ଲାଠିକଟାରେ ୭୬.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande