ଗଞାମ, ୧୫ ଜୁଲାଇ (ହି.ସ.)- ଶେରଗଡ ଵ୍ଳକ ପିତଳ ବାଳିକା ହାଇସ୍କୁଲ ଅଷ୍ଟମ ଶ୍ରେଣୀର ଛାତ୍ରୀ ଭଵାନୀ ରଣା ଆଜିସକାଳେ କ୍ଲାସରେ ଗୁରୁତର ଅସୁସ୍ଥ ହୋଇ ମୂର୍ଛିତ ହୋଇପଡିଥିଲେ ମଧ୍ୟ ସ୍କୁଲର କୈ।ଣସି ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ତାକୁ ଚିକିତ୍ସା ପାଇଁ ନିକଟସ୍ଥ ପିତଳ ହସ୍ପିଟାଲ ନନେଇ ଦୀର୍ଘ ସମୟ ସ୍କୁଲରେ ପକାଇରଖି ଆଶାକର୍ମୀ ରୀତା ମହାପାତ୍ର (ଭଵାନୀରମା) ପାଖକୁ ଫୋନ କରି ଜଣାଇଥିଲେ। ରୀତା ସେହି ସମୟରେ ପିତଳ ଠାରୁ ବହୁ ଦୂର ଵ୍ରହ୍ମପୁରରେ ଥିଲେ।ଖଵର ପାଇ ସେ ବ୍ରହ୍ମପୁରରୁ ହିଞ୍ଜିଳିକାଟୁ ଆସି୧୦୮ଗାଡିଧରି ପିତଳ ସ୍କୁଲକୁ ଆସି ଗୁରୁତର ଅବସ୍ଥାରେ ତାଙ୍କର ଝିଅକୁ ଆଣି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଏହାକୁ ନେଇ ତଥା ସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଉଦାସୀନତାକୁ ନେଇ ଉଦବେଗ ପ୍ରକାଶ ପାଇଛି। ଶେରଗଡ଼ ବିଇଓ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାଵି ହେଉଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ