ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ
ମାଲକାନଗିରି, ୧୫ ଜୁଲାଇ (ହି.ସ.)- ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଚାଲାଣ ଗୁଡା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିସର ମଧ୍ୟରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଦବର ପ୍ରଧାନ ଅତିରିକ୍ତ ଜ଼ିଲ୍ଲାପାଳ (ରାଜସ୍ବ), ସମ୍ମାନୀତ ଅତି
ଶ୍ରୀଯୁକ୍ତ


ମାଲକାନଗିରି, ୧୫ ଜୁଲାଇ (ହି.ସ.)- ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଚାଲାଣ ଗୁଡା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିସର ମଧ୍ୟରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଦବର ପ୍ରଧାନ ଅତିରିକ୍ତ ଜ଼ିଲ୍ଲାପାଳ (ରାଜସ୍ବ), ସମ୍ମାନୀତ ଅତିଥି ଅଶୋକ କୁମାର ଷଡ଼ଙ୍ଗୀ (ପୂର୍ବତନ ଅଧ୍ୟକ୍ଷ, ମାଲକାନଗିରି ମହାବିଦ୍ୟାଳୟ), ସବୁଜ ବାହିନୀ ଅଧିକାରୀ ତଥା ସମ୍ମାନୀତ ଅତିଥି ଡକ୍ଟର ରଞ୍ଜନ କୁମାର ସ୍ୱାଇଁ (ବାଣିଜ୍ୟ ବିଭାଗ, ମାଲକାନଗିରି ମହାବିଦ୍ୟାଳୟ) ଯୋଗ ଦେଇ ବୃକ୍ଷ ରୋପଣ ଏକ ମହାନ କର୍ମ, ପିଲାଟିଏ ଗଛଟିଏ, ଏକ ପେଡ ମାଆ କେ ନାମ, ଗଛ ବଞ୍ଚିଲେ ଆମେ ବଞ୍ଚିବା ଭଳି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା l ତତ୍ପରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା l ଆମ୍ବ, ପଣସ, ଅଁଳା, କରଞ୍ଜ, ଲିମ୍ବ, କାଜୁ ଓ ସଜନା ଭଳି ବିଭିନ୍ନ ବୃକ୍ଷ ରୋପଣ କରାଯାଇଥିଲା l

ଏହି କାର୍ଯ୍ୟକ୍ରମ ରେ ୩୦୦ ରୁ ଅଧିକ ଛାତ୍ରଛାତ୍ରୀ ଓ ୫୦ ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀ ଅଂଶଗ୍ରହଣ କରିଥିଲେ l ବିଦ୍ୟାଳୟର ଏନ.ସି.ସି. ସଂଯୋଜକ ମହେଶ ପଞ୍ଚlର୍ଯ୍ୟ (ହିନ୍ଦୀ ଶିକ୍ଷକ) କାର୍ଯ୍ୟକ୍ରମର ଆୟୋଜନ କରିଥିଲେ l ଶେଷରେ ଅନୁଷ୍ଠାନର ଉପାଧ୍ୟକ୍ଷ ଶଶଧର ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ଶେଷ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande