ମୁମ୍ବାଇ, 15 ଜୁଲାଇ (ହି.ସ.)- ଦକ୍ଷିଣ ମୁମ୍ବାଇ ସ୍ଥିତ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର
ଇ-ମେଲ୍ ଆଇଡିକୁ ମଙ୍ଗଳବାର ସକାଳେ ବୋମାରେ
ଉଡାଇଦେବାକୁ ଜଣେ ଅଜଣା ବ୍ୟକ୍ତି ଧମକ ଦେଇଛନ୍ତି । ଏହି ତଥ୍ୟ ମିଳିବା
ପରେ ମୁମ୍ବାଇ ପୋଲିସ ଟିମ୍ ଘଟଣାସ୍ଥଳରେ ପହଁଚିଛି ଏବଂ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ପରିସରରେ ଛାନଭିନ
ଚାଲିଛି।
ପୋଲିସ ଅନୁଯାୟୀ, ମଙ୍ଗଳବାର ସକାଳେ
ମିଳିଥିବା ଏହି ଧମକଭରା ଇ-ମେଲ୍ରେ ଦାବି କରାଯାଇଥିଲା ଯେ ବିଏସଇଟାୱର ବିଲ୍ଡିଂରେ
ଚାରିଟି ଆରଡିଏକ୍ସ ଆଇଇଡିବମ୍ ରଖାଯାଇଛି ଓ
ସେଗୁଡ଼ିକ ଦ୍ୱିପ୍ରହର 3ଟାରେ ବିସ୍ଫୋରଣ ହେବ। ଏହି ଇ-ମେଲ୍ ପଠାଇଥିବା ବ୍ୟକ୍ତି ନିଜ ନାମ ‘କମ୍ରେଡ୍ ପିନରାୟି
ବିଜୟନ୍’ ବୋଲି ଲେଖିଥିଲେ।
ଧମକ ମିଳିବା ପରେ ବିଏସଇଅଧିକାରୀମାନେ ସଙ୍ଗେସଙ୍ଗେ ପୋଲିସକୁ ସୂଚନା ଦେଇଥିଲେ, ଏହାପରେ ବୋମା ନିରୋଧକ ଦଳ ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ
ପହଁଚି ତଦନ୍ତ କରିଛନ୍ତି। ପୋଲିସ ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଏମଆରଏମାର୍ଗ ପୋଲିସ ଷ୍ଟେସନ୍ରେ ମାମଲା ରୁଜୁ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା