ଶିକ୍ଷକ ଓ କର୍ମଚାରୀ ପେନସନର୍ସ ମହାସଂଘର ଜାତୀୟ ପ୍ରତିବାଦ ଦିବସ ପାଳିତ
ଭୁବନେଶ୍ୱର,୧୫ ଜୁଲାଇ (ହି.ସ)- ନିଖିଳ ଓଡ଼ିଶା ଶିକ୍ଷକ ଓ କର୍ମଚାରୀ ପେନସନର୍ସ ମହାସଂଘର ଅତିରିକ୍ତ ଜିଲ୍ଲାପାଳ, ଭୁବନେଶ୍ୱର କାର୍ଯ୍ୟାଳୟଠାରେ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ସମସ୍ତଙ୍କୁ ପୁରୁଣା ପେନସନ ଦେବା, ୪ ଗୋଟି ଶ୍ରମକୋଡ଼ ବାତିଲ୍ କରିବା ଆଦି ୮ଦଫା ଦାବି ସମ
ଶିକ୍ଷକ ଓ କର୍ମଚାରୀ ପେନସନର୍ସ ମହାସଂଘର ଜାତୀୟ ପ୍ରତିବାଦ ଦିବସ ପାଳିତ


ଭୁବନେଶ୍ୱର,୧୫ ଜୁଲାଇ (ହି.ସ)- ନିଖିଳ ଓଡ଼ିଶା ଶିକ୍ଷକ ଓ କର୍ମଚାରୀ ପେନସନର୍ସ ମହାସଂଘର ଅତିରିକ୍ତ ଜିଲ୍ଲାପାଳ, ଭୁବନେଶ୍ୱର କାର୍ଯ୍ୟାଳୟଠାରେ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ସମସ୍ତଙ୍କୁ ପୁରୁଣା ପେନସନ ଦେବା, ୪ ଗୋଟି ଶ୍ରମକୋଡ଼ ବାତିଲ୍ କରିବା ଆଦି ୮ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବା ସଙ୍ଗେ ସଙ୍ଗେ ରାଜ୍ୟର ଅବହେଳିତ ପେନସନର୍ସମାନଙ୍କୁ ଚିକିତ୍ସା ଭତା ସମେତ ସ୍ୱାସ୍ଥ୍ୟବୀମା ଦେବା, କମ୍ପୁଟେସନ ପେନସନକୁ ୧୦ବର୍ଷ ଆଠମାସରେ କାଟିବା ପାଇଁ ଆଦେଶ ଦେବା ଆଦି ୭ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ଏହି ସ୍ମାରକପତ୍ର ପ୍ରଦାନ ସମୟରେ ନିଖିଳ ଓଡ଼ିଶା ଶିକ୍ଷକ ଓ କର୍ମଚାରୀ ପେନସନର୍ସ ମହାସଂଘର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ମିଶ୍ର, କାର୍ଯ୍ୟକାରୀ ଅଧ୍ୟକ୍ଷ କ୍ଷେତ୍ରମୋହନ ଦାସ, ଉପାଧ୍ୟକ୍ଷ ସଦାନନ୍ଦ ବେହେରା, ମହାସଚିବ ନରୋତ୍ତମ ପାର୍ଥସାରଥୀ, କାହ୍ନୁଚରଣ ମଲ୍ଲିକ, ବିଜୟ କୁମାର ନାୟକ ଓ ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତିର ସଭାପତି ପ୍ରଶାନ୍ତ କୁମାର ମହାନ୍ତିଙ୍କ ସମେତ ଶତାଧିକ ପେନସନର୍ସ ଯୋଗ ଦେଇଥିଲେ ବୋଲି ଅଖିଳ ଭାରତ ରାଜ୍ୟ ସରକାରୀ ମହାସଂଘର କାର୍ଯ୍ୟକାରୀ ସଭ୍ୟ କାହ୍ନୁଚରଣ ମଲ୍ଲିକ ଜଣାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande