ଶେରଗଡ଼ ଘାଟର ଯମୁନା ସେତୁ ବନ୍ଦ, ୧୦୦ଟି ଗାଁ ହେବ ପ୍ରଭାବିତ
ଔରୈୟା, ୧୬ ଜୁଲାଇ (ହି.ସ)-ବିଲରାୟା-ପନୱାଡି ରାସ୍ତାରେ ଦୁଇଟି ଜିଲ୍ଲାକୁ ସଂଯୋଗ କରୁଥିବା ଯମୁନା ନଦୀ ସେତୁର ମରାମତି କାର୍ଯ୍ୟ ମଙ୍ଗଳବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି। ୧୨ ଜୁଲାଇରେଦେବକଳୀ ମନ୍ଦିର ନିକଟସ୍ଥ ପିଡବ୍ଲୁଡି ଗେଷ୍ଟ ହାଉସରେ ଏକ ବୈଠକ କରିବା ପରେ ଜାଲୌନ-ଔରୈୟା
ଶେରଗଡ଼ ଘାଟର ଯମୁନା ସେତୁ ବନ୍ଦ, ୧୦୦ଟି ଗାଁ ହେବ ପ୍ରଭାବିତ


ଔରୈୟା, ୧୬ ଜୁଲାଇ (ହି.ସ)-ବିଲରାୟା-ପନୱାଡି

ରାସ୍ତାରେ ଦୁଇଟି ଜିଲ୍ଲାକୁ ସଂଯୋଗ କରୁଥିବା ଯମୁନା ନଦୀ ସେତୁର ମରାମତି କାର୍ଯ୍ୟ ମଙ୍ଗଳବାର

ସନ୍ଧ୍ୟାରୁ ଆରମ୍ଭ ହୋଇଛି। ୧୨ ଜୁଲାଇରେଦେବକଳୀ ମନ୍ଦିର ନିକଟସ୍ଥ ପିଡବ୍ଲୁଡି ଗେଷ୍ଟ ହାଉସରେ

ଏକ ବୈଠକ କରିବା ପରେ ଜାଲୌନ-ଔରୈୟା ଜିଲ୍ଲାର ଡିଏମ-ଏସପି ଏହି ନିଷ୍ପତ୍ତି ନେଇଥିଲେ। ଯମୁନା

ନଦୀ ସେତୁର ସାତ ଏବଂ ଆଠ ନମ୍ବର ସନ୍ଧିରେ ଥିବା ତ୍ରୁଟି ଦୂର କରିବା ପାଇଁକାର୍ଯ୍ୟରତ ସଂସ୍ଥା

ଏମଏସ ବିଲ୍ଡର୍ସର ଇଞ୍ଜିନିୟରମାନେ ଏକ ମାସରୁ ଯମୁନା ନଦୀ ନକଟରେ କ୍ୟାମ୍ପ

କରୁଛନ୍ତି।ଏ ସମ୍ପର୍କରେ ଡିଏମ ଆଉରୈୟା ଡା. ଇନ୍ଦ୍ରମଣି ତ୍ରିପାଠି, ଏସପି ଅଭିଜିତ ଆର ଶଙ୍କର ଏବଂ ଜାଲୌନ ଜିଲ୍ଲାର ଡିଏମ

ରାଜେଶ କୁମାର ପାଣ୍ଡେ ଏବଂ ଏସପି ଡା. ଦୁର୍ଗେଶ କୁମାର ଦେବକଳୀ ମନ୍ଦିର ନିକଟସ୍ଥ ପିଡବ୍ଲୁଡି

ଗେଷ୍ଟ ହାଉସରେ ଏକ ବୈଠକ କରିଥିଲେ। ଯେଉଁଥିରେ ଉଭୟ ଜିଲ୍ଲାର ଅଧିକାରୀମାନେ ସେତୁର ମରାମତି

କାର୍ଯ୍ୟ ଜୁଲାଇ ୧୫ରୁ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ୧୫ଜୁଲାଇରୁ ସେତୁର ମରାମତି କାର୍ଯ୍ୟ ଆରମ୍ଭ ହେବା ହେତୁ, ପୋଲିସ ଉଭୟ ପାର୍ଶ୍ୱରେ ବ୍ୟାରିକେଡ୍ ଲଗାଇ ଯାନବାହାନ

ଚଳାଚଳ ଉପରେ ସମ୍ପୂର୍ଣ୍ଣ ନିଷେଧ ଲଗାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande