ଅମରନାଥ ଯାତ୍ରା- 6064 ତୀର୍ଥଯାତ୍ରୀଙ୍କ ଆଉ ଏକ ବ୍ୟାଚର ପ୍ରସ୍ଥାନ
ଜମ୍ମୁ, 16 ଜୁଲାଇ (ହି.ସ.) -ବୁଧବାର ଜମ୍ମୁରୁ 6,064 ଜଣ ତୀର୍ଥଯାତ୍ରୀଙ୍କ ଆଉ ଏକ ବ୍ୟାଚ ଅମରନାଥ ଯାତ୍ରା ପାଇଁ କଶ୍ମୀର ଅଭିମୁଖେ ଗସ୍ତ କରିଛନ୍ତି । ଅଧିକାରୀମାନେ କହିଛନ୍ତି ଯେ 3 ଜୁଲାଇରୁ ଆରମ୍ଭ ହୋଇଥିବା ଅମରନାଥ ଯାତ୍ରାରେ ଏପର୍ଯ୍ୟନ୍ତ 2.34 ଲକ୍ଷରୁ ଅଧିକ ତୀର୍
ଅମରନାଥ ଯାତ୍ରା- 6064     ତୀର୍ଥଯାତ୍ରୀଙ୍କ ଆଉ ଏକ ବ୍ୟାଚର ପ୍ରସ୍ଥାନ


ଜମ୍ମୁ, 16 ଜୁଲାଇ (ହି.ସ.)

-ବୁଧବାର ଜମ୍ମୁରୁ 6,064 ଜଣ

ତୀର୍ଥଯାତ୍ରୀଙ୍କ ଆଉ ଏକ ବ୍ୟାଚ ଅମରନାଥ ଯାତ୍ରା ପାଇଁ କଶ୍ମୀର ଅଭିମୁଖେ ଗସ୍ତ କରିଛନ୍ତି ।

ଅଧିକାରୀମାନେ କହିଛନ୍ତି ଯେ 3 ଜୁଲାଇରୁ ଆରମ୍ଭ ହୋଇଥିବା ଅମରନାଥ ଯାତ୍ରାରେ ଏପର୍ଯ୍ୟନ୍ତ 2.34 ଲକ୍ଷରୁ ଅଧିକ

ତୀର୍ଥଯାତ୍ରୀ ଯାତ୍ରା କରିସାରିଲେଣି।

ସେମାନେ କହିଛନ୍ତି ଯେ,

6,064 ତୀର୍ଥଯାତ୍ରୀଙ୍କ ଏହି ନୂଆ ବ୍ୟାଚ ଆଜି ଦୁଇଟି ସୁରକ୍ଷା କାଫିଲାରେ ଭଗବତୀ ନଗର

ଯାତ୍ରୀ ନିବାସ, ଜମ୍ମୁରୁ ଘାଟି

ପାଇଁ ବାହାରିଛନ୍ତି । ପ୍ରଥମ ସୁରକ୍ଷା କାଫିଲାରେ 5 ଟି ଗାଡ଼ିରେ 2,471 ତୀର୍ଥଯାତ୍ରୀ ବାଲଟାଲ ଆଧାର ଶିବିର ପାଇଁ ସକାଳ 3.30ଟାରେ ବାହାରିଛନ୍ତି

। ଦ୍ୱିତୀୟ ସୁରକ୍ଷା କାଫିଲାରେ 139ଟି ଗାଡ଼ିରେ 3,593 ତୀର୍ଥଯାତ୍ରୀ ନୁନୱାନ (ପହେଳଗାମ) ଆଧାର ଶିବିର ପାଇଁ ସକାଳ

4.07ଟାରେ ବାହାରିଛନ୍ତି ।

ଏହି ବର୍ଷ ଅମରନାଥ ଯାତ୍ରା

ପାଇଁ ଅଧିକାରୀମାନେ ବ୍ୟାପକ ଏବଂ ବହୁ-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରିଛନ୍ତି। ସେନା, ବିଏସଏଫ, ସିଆରପିଏଫ, ଏସଏସବି ଓ ସ୍ଥାନୀୟ

ପୁଲିସଙ୍କ ସଂଖ୍ୟାକୁ ବଢ଼ାଇବା ପାଇଁ ସିଏପିଏଫର 180 ଟି ଅତିରିକ୍ତ କମ୍ପାନୀ ନିଯୁକ୍ତ

କରାଯାଇଛି। ସେନା ପକ୍ଷରୁ ଉନ୍ନତ ନିରୀକ୍ଷଣ ଓ ଯୁଦ୍ଧ ପ୍ରଯୁକ୍ତି ସହିତ 8,500 ରୁ ଅଧିକ ସେନା ନିଯୁକ୍ତ

କରି ‘ଅପରେସନ ଶିବା 2025’ ଆରମ୍ଭ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande