ଦିଲ୍ଲୀର ପାଂଚଟି ସ୍କୁଲକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ, 16 ଜୁଲାଇ (ହି.ସ.)- ରାଜଧାନୀ ଦିଲ୍ଲୀର ଶିକ୍ଷାତ୍ମକ ସଂସ୍ଥାଗୁଡ଼ିକୁ ଲଗାତାର ବୋମା ବିସ୍ଫୋରଣର ଧମକ ଦିଆଯାଉଛି। ଆଜି ତୃତୀୟ ଦିନ, ଦ୍ୱାରକା, ବସନ୍ତ ବିହାର, ଲୋଧୀ କଲୋନୀ, ହୌଜଖାସ ଓ ପଶ୍ଚିମ ବିହାରର ପାଞ୍ଚଟି ବିଦ୍ୟାଳୟକୁ ବମ୍ ରାଖି ଉଡାଇଦିଆଯିବା
ଦିଲ୍ଲୀର ପାଂଚଟି ସ୍କୁଲକୁ     ବୋମାରେ ଉଡାଇବାକୁ ଧମକ


ନୂଆଦିଲ୍ଲୀ, 16 ଜୁଲାଇ (ହି.ସ.)- ରାଜଧାନୀ

ଦିଲ୍ଲୀର ଶିକ୍ଷାତ୍ମକ ସଂସ୍ଥାଗୁଡ଼ିକୁ ଲଗାତାର ବୋମା ବିସ୍ଫୋରଣର ଧମକ ଦିଆଯାଉଛି। ଆଜି ତୃତୀୟ

ଦିନ, ଦ୍ୱାରକା, ବସନ୍ତ ବିହାର, ଲୋଧୀ କଲୋନୀ,

ହୌଜଖାସ ଓ ପଶ୍ଚିମ ବିହାରର ପାଞ୍ଚଟି ବିଦ୍ୟାଳୟକୁ ବମ୍

ରାଖି ଉଡାଇଦିଆଯିବା ବୋଲି ଇ-ମେଲ୍ ଦ୍ୱାରା ଧମକ ମିଳିଛି।

ଏହି ବିଦ୍ୟାଳୟଗୁଡ଼ିକୁ

ସୂଚନା ମିଳିବା ପରେ ସ୍ଥାନୀୟ ପୁଲିସ, ବମ୍ ସ୍କ୍ୱାଡ଼ ଓ ଦମକଳ

ବିଭାଗର କର୍ମଚାରୀମାନେ ଘଟଣାସ୍ଥଳକୁ ପହଁଚି ସର୍ଚ୍ଚ ଅଭିଯାନ ଚଳାଇଛନ୍ତି।

ଦିଲ୍ଲୀ ପୁଲିସ ଅନୁସାରେ, ଇ-ମେଲ୍‌ର ସ୍ରୋତକୁ

ଚିହ୍ନଟ କରିବା ପାଇଁ ସାଇବର ସେଲ୍‌ର ସହଯୋଗ ନିଆଯାଉଛି। ଦିଲ୍ଲୀ ପୁଲିସ ଜନସାଧାରଣଙ୍କୁ ଅନୁରୋଧ

କରିଛି ଯେ ସେମାନେ ଗୁଜବ ଉପରେ ଧ୍ୟାନ ନ ଦିଅନ୍ତୁ ଓ ଶାନ୍ତି ବଜାୟ ରଖନ୍ତୁ। ଏହା ପୂର୍ବରୁ

ଡିସେମ୍ବର ମାସରେ ମଧ୍ୟ ଦିଲ୍ଲୀର ଅନେକ ବିଦ୍ୟାଳୟକୁ ଏହି ପ୍ରକାର ଧମକ ଭରା ଇ-ମେଲ୍ ମିଳିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande