ରାଜସ୍ଥାନର ଡିଡୱାନା ଜିଲ୍ଲାରେ ଏକ ମାଲବାହୀ ଟ୍ରେନର ୭ ବଗି ଲାଇନଚ୍ୟୁତ, ସାତଟି ଟ୍ରେନର ରୁଟ୍ ପରିବର୍ତନ
ଜୟପୁର, ୧୮ ଜୁଲାଇ (ହି.ସ.)- ଶୁକ୍ରବାର ସକାଳେ ରାଜସ୍ଥାନର ଡିଡୱାନା ଜିଲ୍ଲାର ଗଛିପୁରା ରେଳ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନର ୭ଟି ବଗି ଲାଇନଚ୍ୟୁତ ହୋଇଛି । ଏହି ଘଟଣା ଯୋଗୁଁ ରେଳ ଚଳାଚଳ ପ୍ରଭାବିତ ହୋଇଛି । ମାଲବାହୀ ଟ୍ରେନଟି ମେଡ଼ତା ରୋଡ୍ ରୁ ଫୁଲେରା ଅଭିମୁଖେ ଯାଉଥିଲା । ଦୁର୍ଘଟଣା ପରେ ଦୁ
ରାଜସ୍ଥାନର ଡିଡୱାନା ଜିଲ୍ଲାରେ ଏକ ମାଲବାହୀ ଟ୍ରେନର ୭ ବଗି ଲାଇନଚ୍ୟୁତ, ସାତଟି ଟ୍ରେନର ରୁଟ୍ ପରିବର୍ତନ


ଜୟପୁର, ୧୮ ଜୁଲାଇ (ହି.ସ.)- ଶୁକ୍ରବାର ସକାଳେ ରାଜସ୍ଥାନର ଡିଡୱାନା ଜିଲ୍ଲାର ଗଛିପୁରା ରେଳ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନର ୭ଟି ବଗି ଲାଇନଚ୍ୟୁତ ହୋଇଛି । ଏହି ଘଟଣା ଯୋଗୁଁ ରେଳ ଚଳାଚଳ ପ୍ରଭାବିତ ହୋଇଛି । ମାଲବାହୀ ଟ୍ରେନଟି ମେଡ଼ତା ରୋଡ୍ ରୁ ଫୁଲେରା ଅଭିମୁଖେ ଯାଉଥିଲା ।

ଦୁର୍ଘଟଣା ପରେ ଦୁଇଟି ଟ୍ରେନକୁ ବିଭିନ୍ନ ଷ୍ଟେସନରେ ଅଟକାଯାଇଥିଲା । ଏହା ବ୍ୟତୀତ ସାତଟି ଟ୍ରେନର ରୁଟ୍ ପରିବର୍ତନ କରାଯାଇଛି । ଘଟଣା ବିଷୟରେ ରେଳ ଅଧିକାରୀଙ୍କୁ ତୁରନ୍ତ ସୂଚନା ଦେବା ପରେ ଯୋଧପୁରରୁ ଏକ ଦଳକୁ ଘଟଣାସ୍ଥଳକୁ ଡକାଯାଇଛି । ମେଡ଼ତା ରୋଡ୍ ଜଙ୍କସନରୁ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଇଞ୍ଜିନିୟରଙ୍କ ଏକ ଦଳ ମଧ୍ୟ ଘଟଣାସ୍ଥଳରେ ପହଂଚିଛି । ରେଳ ଅଧିକାରୀମାନେ ଦୁର୍ଘଟଣାର କାରଣ ବାବଦରେ ଯାଂଚ୍ କରୁଛନ୍ତି ଏବଂ ଯଥାଶୀଘ୍ର ରେଳ ଚଳାଚଳ ସ୍ୱାଭାବିକ୍ କରିବାକୁ ଚେଷ୍ଟା କରୁଛନ୍ତି ।

ଉତର-ପଶ୍ଚିମ ରେଳବାଇର ବରିଷ୍ଠ ଲୋକସମ୍ପର୍କ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଉତର-ପଶ୍ଚିମ ରେଳବାଇର ଯୋଧପୁର ଡିଭିଜନର ମେଡ଼ତା ରୋଡ୍‌-ଫୁଲେରା ରେଳ ସେକ୍ସନ ମଧ୍ୟରେ ଗଛିପୁରା ଷ୍ଟେସନରେ ଏକ ମାଲବାହୀ ଟ୍ରେନର ସାତଟି ବଗି ଲାଇନଚ୍ୟୁତ ହେବା ଯୋଗୁଁ ସାତଟି ଟ୍ରେନ ପ୍ରଭାବିତ ହୋଇଛି । ପ୍ରଭାବିତ ଟ୍ରେନଗୁଡ଼ିକର ରୁଟ୍ ପରିବର୍ତନ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande