କେନ୍ଦୁଝର, ୧୮ ଜୁଲାଇ (ହି.ସ.)- ଆଜି ସ୍ଥାନୀୟ ଦରବାର ହଲ ଠାରେ କେନ୍ଦୁଝର ବନ ବିଭାଗ ଦ୍ୱାରା ସାପ ଉଦ୍ଧାର ଏବଂ ପୁନର୍ବାସ ଉପରେ କ୍ଷମତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ସାପ ସହିତ ସୁରକ୍ଷିତ ଭାବରେ କାର୍ଯ୍ୟ କରିବା ଏବଂ ସଂରକ୍ଷଣ ବିଷୟରେ ପ୍ରଶିକ୍ଷଣ ଦିଆଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟ ସ୍ନେକ ହେଲ୍ପ ଲାଇନ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଯୋଗଦେଇ ଗଣମାଧ୍ୟମ ଓ ଜଙ୍ଗଲ ବିଭାଗ ସମସ୍ତ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA