କେନ୍ଦୁଝର, ୧୮ ଜୁଲାଇ (ହି.ସ.)- କେନ୍ଦୁଝର ସହର ଏବେ ଚୋରଙ୍କ ପେଣ୍ଠସ୍ଥଳୀ ପାଲଟିଛି। ଗତ ଦୁଇ ଦିନ ତଳେ ସନ୍ଧ୍ୟାରେ କେନ୍ଦୁଝର ସହରରେ ଏକ ପଲ୍ସର ଗ୍ୟାଙ୍ଗ ପାଞ୍ଚରୁ ଉର୍ଦ୍ଧ ସୁନା ଚେନ ଲୁଟ କରି ଫେରାର ହୋଇଯାଇଥିଲେ। ଦୁଇ ଦିନ ପରେ ମଧ୍ୟ ପୋଲିସ ଏହାର ଟେର ପାଇ ନଥିବା ବେଳେ ଆଜି ଦିନ ଦ୍ବିପହରରେ ବଡହଳ ବଜାର ଠାରେ ଏକ ମହିଳାଙ୍କ ବେକରୁ ସୁନା ଚେନ ଲୁଟ କରି ଫେରାର ହୋଇଯାଇଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହିଭଳି ଘଟଣା ସହରରେ ବୃଦ୍ଧି ପାଇଥିବା ବେଳେ ପୋଲିସ ହାତ ଖାଲି ଥିବା ନେଇ ସାଧାରଣରେ ଆଲୋଚନାର ବିଷୟ ହୋଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA