ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର
କେନ୍ଦୁଝର, ୧୮ ଜୁଲାଇ (ହି.ସ.)- ଆଜି ପଳାସପଙ୍ଗା ଫାଣ୍ଡି ଅନ୍ତର୍ଗତ କଣ୍ଡରାପଶି ଗ୍ରାମର ଜଣକ ଘର ପଛପାର୍ଶ୍ଵରୁ ଏକ ମୃତଦେହ ଉଦ୍ଧାର ହୋଇଛି। ମୃତଦେହଟି ବେକରେ ଗାମୁଛା ବନ୍ଧା ହୋଇଥିବା ବେଳେ ଗୋଡ ତଳେ ଲାଗିଛି। କିନ୍ତୁ, ମୃତ ବ୍ୟକ୍ତିଙ୍କ ଘର ଉକ୍ତ ଗ୍ରାମରେ ହୋଇ ନଥିବା ବେଳେ କିଏ ମାରି ସେଠାରେ ଟାଙ୍ଗ
ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର


କେନ୍ଦୁଝର, ୧୮ ଜୁଲାଇ (ହି.ସ.)- ଆଜି ପଳାସପଙ୍ଗା ଫାଣ୍ଡି ଅନ୍ତର୍ଗତ କଣ୍ଡରାପଶି ଗ୍ରାମର ଜଣକ ଘର ପଛପାର୍ଶ୍ଵରୁ ଏକ ମୃତଦେହ ଉଦ୍ଧାର ହୋଇଛି। ମୃତଦେହଟି ବେକରେ ଗାମୁଛା ବନ୍ଧା ହୋଇଥିବା ବେଳେ ଗୋଡ ତଳେ ଲାଗିଛି। କିନ୍ତୁ, ମୃତ ବ୍ୟକ୍ତିଙ୍କ ଘର ଉକ୍ତ ଗ୍ରାମରେ ହୋଇ ନଥିବା ବେଳେ କିଏ ମାରି ସେଠାରେ ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଖବର ପାଇ ପଳାଶପଙ୍ଗା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande