19500 ଫୁଟରେ ଦର୍ଶନ କଲେ କୈଳାସ ମାନସରୋବର ଯାତ୍ରାର ପ୍ରଥମ ଦଳ,  ଭକ୍ତିରେ ବୁଡିଲେ ଶ୍ରଦ୍ଧାଳୁ
ଡେରାଡୁନ, 18 ଜୁଲାଇ (ହି.ସ.) -19,500 ଫୁଟ୍ ଉଚ୍ଚତାରେ ଅବସ୍ଥିତ କୈଳାସ ପର୍ବତର ମାନସରୋବର ଯାତ୍ରାର ପ୍ରଥମ ଦଳ ଆଜି ଭଗବାନ ଶିବଙ୍କ ଦର୍ଶନ କରିଛନ୍ତି। କୈଳାସ ପର୍ବତର ପ୍ରଥମ ଝଲକ ଦେଖି ଶ୍ରଦ୍ଧାଳୁମାନଙ୍କ ଆଖିରୁ ଅଶ୍ରୁ ବୋହିଯାଇଥିଲା ଏବଂ ସେମାନେ ହର-ହର ମହାଦେବ ବୋଲି ଜୟଧ୍ୱ
କୈଳାସ


ଡେରାଡୁନ, 18 ଜୁଲାଇ (ହି.ସ.)

-19,500 ଫୁଟ୍ ଉଚ୍ଚତାରେ ଅବସ୍ଥିତ କୈଳାସ ପର୍ବତର ମାନସରୋବର ଯାତ୍ରାର

ପ୍ରଥମ ଦଳ ଆଜି ଭଗବାନ ଶିବଙ୍କ ଦର୍ଶନ କରିଛନ୍ତି। କୈଳାସ ପର୍ବତର ପ୍ରଥମ ଝଲକ ଦେଖି ଶ୍ରଦ୍ଧାଳୁମାନଙ୍କ

ଆଖିରୁ ଅଶ୍ରୁ ବୋହିଯାଇଥିଲା ଏବଂ ସେମାନେ ହର-ହର ମହାଦେବ ବୋଲି ଜୟଧ୍ୱନି

କରିବାକୁ ଲାଗିଥିଲେ। ଏହି ଦଳରେ ଦେଶର 11ଟି ରାଜ୍ୟରୁ ଆସିଥିବା ମୋଟ 49ଜଣ ଶ୍ରଦ୍ଧାଳୁ ସାମିଲ ଅଛନ୍ତି।

ଯାତ୍ରାର ଆରମ୍ଭ ଦିଲ୍ଲୀରୁ

ହୋଇଥିଲା, ଯାହା ପିଥୋରାଗଡ଼, ଗୁଞ୍ଜି ଓ ଲିପୁଲେଖ

ଦେଇ ଚୀନର ତକଲାକୋଟ ପର୍ଯ୍ୟନ୍ତ ପହଞ୍ଚିଥିଲା। ଦର୍ଶନ ପରେ ଯାତ୍ରୀମାନେ ଆଜି ଭାରତକୁ ଫେରିବେ

ଏବଂ ସେମାନଙ୍କ ଯାତ୍ରା ସଂପୃକ୍ତ ଫଟୋଗୁଡ଼ିକୁ ମଧ୍ୟ ସେୟାର କରିଛନ୍ତି। ଯାତ୍ରୀ ନରେନ୍ଦ୍ର

କହିଛନ୍ତି ଯେ, ଯାତ୍ରା ଯଦିଓ କଷ୍ଟସାଧ୍ୟ ଥିଲା, କିନ୍ତୁ ପ୍ରତିଟି

ପଦକ୍ଷେପ ଭଗବାନ ଶିବଙ୍କ ପାଖକୁ ବଢ଼ିବା ଦିଗରେ ଥିବା ଏକ ସୁଖଦ ଅନୁଭବ ଥିଲା। ସେ କହିଛନ୍ତି ଯେ, ଡୋଲ୍ମା ପାସ୍‌ ଚଢିବା ବହୁତ ଚ୍ୟାଲେଞ୍ଜିଂ ଥିଲା, ଅନେକ ଥକାପଣ ଓ

ଅକ୍ସିଜେନ ଅଭାବରେ ପୀଡିତ ହୋଇଥିଲେ, କିନ୍ତୁ ଭକ୍ତି ଓ ଆସ୍ଥା

ତାଙ୍କୁ ସାହସ ଦେଇଥିଲା।

ଯାତ୍ରୀମାନେ ଓଁ ନମଃ

ଶିବାୟ ମନ୍ତ୍ର ଉଚ୍ଚାରଣ କରି କରି ଆଗକୁ ବଢ଼ୁଥିଲେ। ଯାତ୍ରୀ ନାଗପାଲ କହିଛନ୍ତି ଯେ, କୈଳାସ ଦର୍ଶନ ପରେ ମାନସରୋବର ଦର୍ଶନ ହେଇଥିଲା, ଯେଉଁଠାରେ ପବିତ୍ର

ଜଳରେ ଉଭା ହେଉଥିବା ଦୃଶ୍ୟମାନେ ଏମିତି ଅନୁଭୂତି ଦେଇଥିଲେ ଯେ ପ୍ରକୃତ ପାଇଁ ହିମାଲୟ ମଧ୍ୟ

ଶିବଙ୍କ ସମ୍ମୁଖରେ ନତମସ୍ତକ ହୋଇଯାଇଛି।

ସରୋବର କୂଳରେ ହବନ-ଯଜ୍ଞ, ଦୀପ ପ୍ରଜ୍ଵଳନ ଏବଂ ଭୋଳାନାଥଙ୍କ ଆହ୍ୱାନ କରାଯାଇଥିଲା, ଏହାସହିତ ଦେଶର

ସୁଖ-ସମୃଦ୍ଧି ଓ କଳ୍ୟାଣ ପାଇଁ ପ୍ରାର୍ଥନା କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande